ପୁଞ୍ଜି ନିବେଶ କରିବା ପାଇଁ ଉଦ୍ୟୋଗୀଙ୍କୁ ଆହ୍ୱାନ

Calling entrepreneurs to invest

0 70

ଭୁବନେଶ୍ୱର,: ଇସ୍ପାତ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପରେ ନିବେଶ ଲାଗି ରହିଥିବା ସୁଯୋଗ ବିଷୟରେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଅବଗତ କରାଇବା ଲାଗି ଇପିକଲ୍‌ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ୍‌ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ ଆନୁଷଙ୍ଗିକ ଶିଳ୍ପରେ ରହିଥିବା ବ୍ୟାପକ ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ପୁଞ୍ଜିନିବେଶ କରିବା ଲାଗି ସେ ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବହୁ ସଂଖ୍ୟାରେ ସ୍ଥାନୀୟ ଉଦ୍ୟୋଗୀ ଯୋଗ ଦେଇଥିଲେ । ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଟାଟା ଷ୍ଟିଲ୍‌ ବିକାଶ କରିଥିବା ଭିତ୍ତିଭୂମିରେ କିଛି ସଂସ୍ଥା ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଓଡ଼ିଶାରେ ଭାରତବର୍ଷର ୨୦ ପ୍ରତିଶତରୁ ଅଧିକ ଇସ୍ପାତ ଉତ୍ପାଦନ କରାଯାଉଛି । ତେଣୁ ଆନୁଷଙ୍ଗିକ ଶିଳ୍ପସଂସ୍ଥା ଗୁଡ଼ିକ ସୁବିଧାରେ କଞ୍ଚାମାଲ ପାଇପାରିବେ ବୋଲି କୁହାଯାଇଥିଲା । ଏହି ଅବସରରେ ଇଡ୍‌କୋ ଓ ଇପିକଲ୍‌ର ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ, ଟାଟା ଷ୍ଟିଲ୍‌ କଳିଙ୍ଗନଗରର ଉପ ସଭାପତି ରାଜୀବ କୁମାର, ବ୍ରାଣ୍ଡେଡ୍‌ ପ୍ରଡକ୍ଟସ୍‌ ଆଣ୍ଡ୍‌ ରିଟେଲ୍‌ର ସିଓଏମ୍‌ଏସ୍‌ ପ୍ରବୀଣ ଶ୍ରୀବାସ୍ତବ, ମାର୍କେଟିଂ ଓ ସେଲ୍‌ସ ଉପସଭାପତି ପ୍ରଭାତ କୁମାର ଓ ଇପିକଲ୍‌ର ଇଡି କଲ୍ୟାଣ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.