୨୭ରେ ପାରାଦୀପ ଆସିବେ ରାଷ୍ଟ୍ରପତି ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ

The President will come to Paradip on the 27th, and will attend the Boita Bandhana program

0 56

ଭୁବନେଶ୍ୱର,୯ା୧୧: ଆସନ୍ତା ୨୭ ତାରିଖରେ ପାରାଦୀପ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏ ନେଇ ପାରାଦୀପ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୂଚନା ଅନୁଯାୟୀ, ବଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତରଫରୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯାହାକୁ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି । ଏ ନେଇ ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ବୋଇତ ବନ୍ଦାଣ କର୍ଯ୍ୟକ୍ରମ ପୂର୍ବାହ୍ଣ ୧୦ଟାରେ ଆୟୋଜନ ହେବ । ପାରାଦୀପର ବୋଇତ ବନ୍ଦାଣ ଉତ୍ସବରେ ପ୍ରଥମ ଥର ରାଷ୍ଟ୍ରପତି ଯୋଗ ଦେବେ ।

Leave A Reply

Your email address will not be published.