ଖୁବ୍‌ଶୀଘ୍ର ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ!

Soon Pandian will get a big responsibility!

0 49

ଭୁବନେଶ୍ୱର,୧୦ା୧୧ : ଏବେ କିଛି ଦିନ ହେଲା ନବୀନ ନିବାସରେ ଲାଗୁଛି ଭିଡ଼ । ରାଜନୈତିକ ଦଳର ନେତା ହୁଅନ୍ତୁ କି ଅଣରାଜନୈତିକ ବ୍ୟକ୍ତିବିଶେଷ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ କି ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଏବେ ସମସ୍ତେ ପହଞ୍ଚୁଛନ୍ତି ନବୀନ ନିବାସରେ । ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଉଛନ୍ତି । କିଛି ଦିନ ହେଲା ନବୀନ ନିବାସରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ଏଥିରୁ ସ୍ପଷ୍ଟ ଆଭାସ ମିଳୁଛି ବିଜେଡ଼ିରେ ୫- ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ମିଳିବ ବଡ଼ ଦାୟିତ୍ୱ । ଆଇଏଏସ୍‌ ଚାକିରିରୁ ଅବ୍ୟାହତି ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ଦାୟିତ୍ୱ ଦେଇଛନ୍ତି । ଏବେ ନବୀନ ନିବାସରେ ବିଜେଡ଼ିର ଆଗଧାଡ଼ିର ଅନେକ ନେତା, ବିଧାୟକ ଓ ସାଂସଦ ତାଙ୍କୁ ଭେଟୁଛନ୍ତି । ବିଜେଡ଼ିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦୁଇ ଛାମୁଆ ସଂଗଠନର ସଭାପତି ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି । ବିଜେଡ଼ି ସୁପ୍ରିମୋ ଖୁବ୍‌ଶୀଘ୍ର ପାଣ୍ଡିଆନଙ୍କୁ ଦଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ସେ ବିଜେଡ଼ିରେ ସେ ଯୋଗଦେବେ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ବିଜେଡ଼ିର କେଉଁ ଭୂମିକାରେ ସେ ନଜର ଆସିବେ ତାହା ମଧ୍ୟ ଅସ୍ପଷ୍ଟ । ୫-ଟି ସଚିବ କାର୍ଯ୍ୟ କରୁଥିବା ବେଳେ ଗତମାସ ୨୩ରେ ଆଇଏଏସ୍‌ ଚାକିରିରୁ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଅକ୍ଟୋବର ୨୪ରେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ।
କ୍ୟାବିନେଟ୍‌ ପାହ୍ୟାର ଏହି ପଦବୀରେ ସେ କାର୍ଯ୍ୟ କରୁଛନ୍ତି । ଯଦି ସକ୍ରିୟ ରାଜନୀତିକୁ ଆସିବେ ତେବେ ସେ କେଉଁଠାରୁ ଲଢ଼ିବେତାକୁ ନେଇ ମଧ୍ୟ ଚର୍ଚ୍ଚା ଧରିଲାଣି । କେଉଁ ଅଞ୍ଚଳ ହେବ ତାଙ୍କର ରାଜନୈତିକ କର୍ମକ୍ଷେତ୍ର? ରାଜନୈତିକ ସମୀକ୍ଷକଙ୍କ ମତ ହେଲା ପାଣ୍ଡିଆନଙ୍କ ଦୁଇଟି ଜିଲ୍ଲା ସହିତ ବିଶେଷ ଭାବେ ସଂପୃକ୍ତି ରହିଛି । ପ୍ରଥମଟି ହେଲା କେନ୍ଦ୍ରାପଡ଼ା । ପତ୍ନୀ ସୁଜାତା ଆର କାର୍ତ୍ତିକେୟନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ । ତେଣୁ ପାଣ୍ଡିଆନ ହେଉଛନ୍ତି ଉକ୍ତ ଜିଲ୍ଲାର ଜ୍ୟାଇଁ । ତାଙ୍କ ସହିତ ବିଶେଷ ଭାବେ ଜଡ଼ିତ ଥିବା ଆଉ ଗୋଟିଏ ଜିଲ୍ଲା ହେଲା ଗଞ୍ଜାମ । ଯାହା ତାଙ୍କର କର୍ମଭୂମି ଥିଲା । ୨୦୦୭ରୁ ୨୦୧୧ ଯାଏ ସେ ଗଞ୍ଜାମର ଜିଲ୍ଲାପାଳ ଥିଲେ । ୪ ବର୍ଷ ସେଠାରେ କାମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଲୋକଙ୍କ ପାଖରେ ତାଙ୍କର ଗ୍ରହଣୀୟତା ମଧ୍ୟ ରହିଛି । ଗଞ୍ଜାମକୁ ଦୁଇଦୁଇ ଥର ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଦେବା ସହ ମହିଳା ସଶକ୍ତିକରଣକୁ ଅଧିକ କ୍ରିୟାଶୀଳ କରାଇଥିଲେ । ତେଣୁ ଏହି ଦୁଇଟି ଜିଲ୍ଲା ମଧ୍ୟରୁ କେଉଁ ଗୋଟିଏକୁ ପାଣ୍ଡିଆନ ବାଛି ପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟବାସୀଙ୍କୁ ସରପ୍ରାଇଜ୍‌ ଦେଇ ଆସିଛନ୍ତି । ତେଣୁ ପାଣ୍ଡିଆନଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେଉଛନ୍ତି ଏବଂ ଏଥିନେଇ କେବେ ଘୋଷଣା କରିବେ ତାକୁ ସମସ୍ତଙ୍କ ଅପେକ୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସହିତ ପାଣ୍ଡିଆନଙ୍କ ରଣନୀତିକୁ ନେଇ ବିଜେଡ଼ି ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ଆକଳନ କରାଯାଉଛି ।

Leave A Reply

Your email address will not be published.