ପ୍ରତ୍ୟକ୍ଷ ଟିକସ୍‌ ସଂଗ୍ରହ ୧୨.୩୭ ଲକ୍ଷ କୋଟି

Direct tax collection is 12.37 lakh crore

0 74

ନୂଆଦିଲ୍ଲୀ: ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଚଳିତ ବର୍ଷ ଏବେ ସୁଦ୍ଧା ୧୭.୫ ପ୍ରତିଶତ ବଢି ୧୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରିଫଣ୍ଡ ବାଦ୍‌ ଦିଆଯିବା ପରେ ନେଟ୍‌ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୧.୮ ପ୍ରତିଶତ ବଢି ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ବଜେଟରେ ଧାର୍ଯ୍ୟ ଲକ୍ଷ୍ୟର ୫୮ ପ୍ରତିଶତରୁ ଅଧିକ । ଆୟକର ବିଭାଗ ଶୁକ୍ରବାର କହିଛି ଯେ ଶୁଦ୍ଧ ରୂପେ କମ୍ପାନି ଟିକସ ସଂଗ୍ରହ ୧୨.୪୭ ପ୍ରତିଶତ ଓ ବ୍ୟକ୍ତିଗତ ଆୟକର ୩୧.୭୭ ପ୍ରତିଶତ ବଢିଛି । ବିଭାଗର ବୟାନରେ କୁହାଯାଇଛି, ଟିକସ ରିଫଣ୍ଡ ପରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୦.୬୦ ଲକ୍ଷ କୋଟି ଟଙ୍କା ରହିବ । ଯାହା ପୂର୍ବ ବର୍ଷ ସମାନ ଅବଧିରେ ଟିକସ ସଂଗ୍ରହ ତୁଳନାରେ ୨୧.୮୨ ପ୍ରତିଶତ ଅଧିକ । ବୟାନ ଅନୁସାରେ, ଏହି ଟିକସ ସଂଗ୍ରହ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ନିର୍ଦ୍ଧାରିତ ମୋଟ ଲକ୍ଷ୍ୟର ୫୮.୧୫ ପ୍ରତିଶତ ଅଟେ । ଟିକସଦାତାଙ୍କୁ ଏପ୍ରିଲ ୧ରୁ ନଭେମ୍ବର ୯ ମଧ୍ୟରେ ୧.୭୭ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ପ୍ରତ୍ୟକ୍ଷ ଟିକସରେ ବ୍ୟକ୍ତିଗତ ଆୟକର ଓ କମ୍ପାନି ଟିକସ୍‌ ସାମିଲ ରହିଥାଏ । କମ୍ପାନି ଟିକସ୍‌ ସଂଗ୍ରହ ଏହି ଅବଧିରେ ୭.୧୩ ପ୍ରତିଶତ ବଢିଛି । ସେହିପରି ବ୍ୟକ୍ତିଗତ ଆୟକର ୨୮.୨୯ ପ୍ରତିଶତ ବଢିଛି । ଆର୍ଥିକ ବର୍ଷ ୨୦୨୩-୨୪ ବଜେଟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୮.୨୩ ଲକ୍ଷ କୋଟି ଟଙ୍କା ରହିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ୨୦୨୨-୨୩ର ୧୬.୬୧ ଲକ୍ଷ କୋଟି ଟଙ୍କା ତୁଳନାରେ ୯.୭୫ ପ୍ରତିଶତ ଅଧିକ ।

Leave A Reply

Your email address will not be published.