ଗଛ କଟା ଅଭିଯୋଗରେ ୬ ଗିରଫ

6 arrested for cutting trees

0 54

ରାଇଘର, : ନୀଳଗିରି ଜଙ୍ଗଲରୁ ୪୦ ବର୍ଷ ପୁରୁଣା ଗଛ କାଟାକୁ ନେଇ ଅଡୁଆରେ ବନ ସଂରକ୍ଷଣ ସମିତି ଓ ବନ ବିଭାଗ । ବନ ବିଭାଗ ପକ୍ଷରୁ ୬ ସଦସ୍ୟ ଗିରଫ୍‌ । ପୁର୍ବତନ ବିଧାୟକ ଏବଂ ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସଂଗିନ୍‌ ଅଭିଯୋଗ । ଲକ୍ଷାଧିକ ଟଙ୍କା ନେଇ ସହଯୋଗ କରିଥିବା ଅଭିଯୋଗ କଲା ବନ ସଂରକ୍ଷଣ ସମିତି । ସେପଟେ ବିଭାଗୀୟ କର୍ମଚାରୀଙ୍କୁ ଦାୟୀ କଲେ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଅଂଚଳରେ । ରାଇଘର ବ୍ଲକ୍‌ ଭାରସୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ୪୦ ବର୍ଷ ପୁରୁଣା ନିଳଗିରୀ ଗଛ କଟା ଅଭିଯୋଗରେ ୬ ଜଣକୁ ଗିରଫ୍‌ କଲା ରାଇଘର ବନ ବିଭାଗ । ୪୦ ବର୍ଷ ଧରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବା ଗୋନା ବନ ସଂରକ୍ଷଣ ସମିତି ନିଜ ଆବଶ୍ୟକତା ପାଇଁ ନିୟମ ମୁତାବକ୍‌ ରେଜୁଲେସନ କରି ବୟସ୍କ ନିଳଗିରୀ ଗଛ କାଟିବାକୁ ନିଷ୍ପତ୍ତି ନେଇଥିବା ଏବଂ ଉକ୍ତ ନିଷ୍ପତ୍ତି ସଂପର୍କରେ ଦୀର୍ଘ ଦିନରୁ ରାଇଘର ରେଞ୍ଜରଙ୍କୁ ଲିଖିତ ଦେଇଥିବା କହିଛି । ଦୀର୍ଘ ଦିନ ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଉତ୍ତର ନ ପାଇବାରୁ ବନ ସଂରକ୍ଷଣ ସମିତି ସଦସ୍ୟ ପୂର୍ବତନ ବିଧାୟକ ସୁବାଷ ଗଣ୍ଡ ଓ ରାଇଘର ବ୍ଲକ୍‌ ଅଧ୍ୟକ୍ଷା ନବିନା ନାୟକଙ୍କୁ ମିଶି ଆଲୋଚନା କରିଥିଲେ ଓ ପରେ, ଜରିଆରେ ଟଙ୍କା ପଠାଇବା ସହ ସେମାନଙ୍କ ସହଯୋଗରେ ଗଛ କାଟିଥିବା କହିଛନ୍ତି ସଭାପତି ଓ ସଦସ୍ୟ । ସେପଟେ ପୁର୍ବତନ ବିଧାୟକ ସୁବାଷ ଗଣ୍ଡଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଗୋନା ସଭାପତି ଜଗନ୍ନାଥ ନାୟକଙ୍କୁ ୨ ଲକ୍ଷ ଟଙ୍କା ଧାର ଦେଇଥିଲେ ଓ ବାରମ୍ବାର ମାଗିବା ପରେ କିଛି ଟଙ୍କା ଫେରସ୍ତ କରିଥିବା କହିବା ସହ ଗଛ କାଟିବା ସମ୍ପର୍କରେ କୌଣସ ଆଲୋଚନା ହୋଇ ନଥିବା ଫୋନ୍‌ ଯୋଗେ ପ୍ରକାଶ କରିଛନ୍ତି ଓ ଘଟଣାର ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଘଟଣାର ଖବର ପାଇ ଘଟଣା ସ୍ଥଳକୁ ପହଂଚିଥିବା ନବରଙ୍ଗପୁର ଏସିଏଫ୍‌ ରାଇଘର ବନ କର୍ମଚାରୀଙ୍କ ଉପରେ ବିରକ୍ତ ହେବା ସହ ଘଟଣାରେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ସାମନାକୁ ଆସିଛି ଓ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ସେପଟେ ଗଛ କାଟିବା ଘଟଣା ଏବେ ଭିନ୍ନ ମୋଡ଼ ନେବାରେ ଲାଗିଛି । ଗଛ କଟାରେ ଶାସକ ଦଳର ପୂର୍ବତନ ବିଧାୟକ ଏବଂ ରାଇଘର ବ୍ଲକ ଅଧ୍ୟକ୍ଷାଙ୍କ ସମ୍ପୃକ୍ତି ଥିବା ଓ ବନ ସଂରକ୍ଷଣ ସମିତି ସହ ୧୦ଲକ୍ଷ ଟଙ୍କାର ଡିଲ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ବନ କର୍ମଚାରୀଙ୍କ ସହ ସଲା ସୁତୁରା କରି ବନ ସଂରକ୍ଷଣ ସମିତି ସଭାପତିଙ୍କ ଠାରୁ ଅଗ୍ରିମ ଲକ୍ଷାଧିକ ଟଙ୍କା / ଓ ନଗଦ ଆକାରରେ ନେଇଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ପ୍ରମାଣ ଦେଖାଇଛନ୍ତି କଂଗ୍ରେସ ନେତା ସନରାଜ ଗଣ୍ଡ । ବନ ସଂରକ୍ଷଣ ସମିତି କାନ୍ଧରେ ବନ୍ଧୁକ ରଖି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ସମ୍ପତ୍ତି ବିକ୍ରି କରିବାରେ ସମ୍ପୃକ୍ତ ଥିବା ଶାସକ ଦଳର ନେତା ଓ ରାଇଘର ବନ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ସନରାଜ ଗଣ୍ଡ ।

Leave A Reply

Your email address will not be published.