ଫିଲ୍ମ ଷ୍ଟାଇଲରେ ଟଙ୍କା ଭର୍ତ୍ତି ଭ୍ୟାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ

A masked rogue robbed a van full of money in film style

0 80

ତିଗିରିଆ/ଭୁବନେଶ୍ୱର, : ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଟିଏମକୁ ଯାଉଥିବା ଭ୍ୟାନରୁ ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍‌ ହୋଇଛି । କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଏଭଳି କାଣ୍ଡ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ଟଙ୍କା ଲୁଟ୍‌ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ଣ ପ୍ରାୟ ୨ଟା ବେଳେ ଏକ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଆଠଗଡ଼ରୁ ବାହାରି ଥିଲା । ଟଙ୍କା ଭର୍ତ୍ତି ଭ୍ୟାନର କର୍ମ•ରୀମାନେ ପ୍ରଥମେ ଗୋଡ଼ିଝରିଆସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମରେ ଟଙ୍କା ଭର୍ତ୍ତି କରିଥିଲେ । ଏହା ପରେ ସେଠାରୁ ଟଙ୍କା ଭର୍ତ୍ତି ଭ୍ୟାନଟି ତିଗିରିଆ, ନୂଆପାଟଣା ସମେତ ମୋଟ ୧୩ଟି ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ ଆଗକୁ ବଢିଥିଲା । ଭ୍ୟାନରେ ଥିବା ଘରୋଇ କମ୍ପନୀର କର୍ମ•ରୀମାନେ ଲୁଟ୍‌ ପୂର୍ବରୁ ୪ଟି ଏଟିଏମରେ ଟଙ୍କା ଭର୍ତ୍ତି ସାରିଥିଲେ । ରାଜ୍ୟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଲୁଟ୍‌ ହେବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଆସିକା ରୋଡ଼ରୁ ୨୦୨୧ ଅଗଷ୍ଟ ୧୮ ତାରିଖରେ ଏଟିଏମ୍‌ କାଉଣ୍ଟରକୁ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡ଼ି ହାଇଜାକ୍‌ ହୋଇଥିଲା । ପୁଲିସ ଘଟଣାର ତଦନ୍ତ ପରେ ଗୋଳନ୍ଥରା ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ ଗିରିସୋଲା ସୋରଳ ରାସ୍ତାରୁ ଗାଡ଼ିଟି ଉଦ୍ଧାର କରିଥିଲା । ଗାଡ଼ି ଭିତରେ ଅଚେତ ଅବସ୍ଥାରେ ଥିବା ଡ୍ରାଇଭରଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗାଡ଼ିରେ ଥିବା ୨୪ଲକ୍ଷ ଟଙ୍କା ଗାଏବ ରହିଥିବା ସଂସ୍ଥାର ଲୋକେସନ୍‌ ମ୍ୟାନେଜର୍‌ ପଦ୍ମନାଭ ପଣ୍ଡା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଗୋଡ଼ିଝରିଆ ଠାରୁ ନୂଆସଡ଼କ ଅଭିମୁଖେ ଯିବା ରାସ୍ତାରେ ଥିବା ଏକ ରାଇସମିଲ ନିକଟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ଉପରକୁ ଟେକା ମାଡ଼ ହୋଇଥିଲା । ଫଳରେ •ଳକ ଭ୍ୟାନର ଗତି କମ କରିଦେଇଥିଲେ । ଏହି ସମୟରେ ଟଙ୍କା ଭର୍ତ୍ତି ଭ୍ୟାନ୍‌ ସାମ୍ନାକୁ ଏକ ନମ୍ବର ବିହୀନ ଧଳା ସ୍କୋର୍ପିଓ ସାମ୍ନାକୁ ଆସିଥିଲା । ଏହାର ଅଳ୍ପ ସମୟ ମଧ୍ୟରେ ଏକ ସ୍କୁଟି ସମେତ ୨ଟି ବାଇକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ପହଞ୍ଚିଥିଲେ । ମୋଟ ୩ଟି ଗାଡ଼ିରେ ୮ରୁ ୯ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ଭ୍ୟାନ୍‌ ସାମ୍ନାରେ ପହଞ୍ଚିଲା ପରେ ଆତତାୟୀ ସୃଷ୍ଟି କରିଥିଲେ । ବନ୍ଧୁକ ଦେଖାଇ ଭ୍ୟାନର ୪ଜଣ କର୍ମ•ରୀଙ୍କୁ ଭୟଭୀତ କରାଇଥିଲେ । ଏଥି ସହିତ ଗାଡ଼ିରେ ଥିବା ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଲୁଟ୍‌ ସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ କଟକ ଏସପି ମିହିର କୁମାର ପଣ୍ଡା, ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମ।।ର ମଲ୍ଲିକ, ତିଗିରିଆ ଆଇଆଇସି ଜ୍ଞାନ ରଂଜନ ସାମଲ ପହଞ୍ଚିଛନ୍ତି । ପୁଲିସ ଭ୍ୟାନର କର୍ମ•ରୀମାନଙ୍କୁ ପଚରାଉଚରା କରୁଛି । ପାରିପାର୍ଶ୍ୱିକ ପରିସ୍ଥିତି ଅନୁସାରେ ଘଟଣାସ୍ଥଳର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.