ସେମି ଫାଇନାଲକୁ କେମିତି ଯିବ ପାକିସ୍ତାନ?

How will Pakistan go to the semi-finals?

0 50

ନୂଆଦିଲ୍ଲୀ, ୧୦ା୧୧: ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବଡ଼ ବିଜୟ ଆଫଗାନିସ୍ତାନ ଓ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ସ୍ୱପ୍ନକୁ ଏକପ୍ରକାରର ଧୂଳିସାତ କରି ଦେଇଛି । କେବଳ କୌଣସି ଚମକ୍ରାରିତା ହିଁ ଏହି ଦୁଇ ଦଳର ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ସାକାର କରିପାରିବ । ଶ୍ରୀଲଙ୍କା ବିପକ୍ଷ ବିଜୟ ପରେ ନ୍ୟୁଜିଲ୍ୟାଣ୍ଡ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ନିଜକୁ ଆହୁରି ମଜବୁତ କରି ଦେଇଛି । ନ୍ୟୁଜିଲ୍ୟାଣ୍ଡ ପାଖରେ ଏବେ ଯେଉଁ ନେଟ ରନ ରେଟ୍‌ ରହିଛି, ତା’କୁ ଆଫଗାନିସ୍ତାନ ଓ ପାକିସ୍ତାନ ନିଜ ନିଜର ମ୍ୟାଚ୍‌ ଜିତିଲେ ମଧ୍ୟ ମାତ ଦେଇପାରିବେ ନାହିଁ । ଯଦି ଆଫଗାନ ଓ ପାକିସ୍ତାନ ନିଜର ଶେଷ ମ୍ୟାଚ୍‌ ଜିତିବେ, ତା’ହେଲେ ଉଭୟଙ୍କ ପଏଣ୍ଟ ସଂଖ୍ୟା ୧୦ରେ ପହଞ୍ଚିବ । କିନ୍ତୁ ରନ ରେଟ ଆଧାରରେ ନ୍ୟୁଜିଲ୍ୟାଣ୍ଡ ହିଁ ଭାରତ ସହ ସେମି ଫାଇନାଲ ମ୍ୟାଚ୍‌ ଖେଳିବ । ଯଦି ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କା ଠାରୁ ପରାସ୍ତ ହୋଇଥାଆନ୍ତା, ତା’ହେଲେ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଥିଲା । ଏବେ ଏହା ଏକପ୍ରକାରର ଅସମ୍ଭବ ହୋଇପଡ଼ିଛି । ଶେଷ ମ୍ୟାଚରେ ଦଳ ଇଂଲଣ୍ଡକୁ ଭେଟିବ । ଉକ୍ତ ମ୍ୟାଚରେ ପାକିସ୍ତାନ ୨୮୭ ରନରେ ଇଂଲଣ୍ଡକୁ ହରାଇବାକୁ ପଡ଼ିବ । ସେହିପରି ପାକିସ୍ତାନ ଯଦି ଚେଜ୍‌ କରିବ, ତା’ହେଲେ ଯାହା ବି ଟାର୍ଗେଟ ମିଳିବ ତା’କୁ ୫ ଓଭର ମଧ୍ୟରେ ହାସଲ କରିବାକୁ ହେବ । ଏହା ଅସମ୍ଭବ ପରି ମନେ ହେଉଛି । ତେଣୁ ପାକିସ୍ତାନ ସେମି ଫାଇନାଲ ଦୌଡ଼ରୁ ଏକ ପ୍ରକାରର ବାଦ ପଡ଼ିଛି । ଏସବୁ ଭିତରେ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମ ଦଳର ସେମି ଫାଇନାଲ ପ୍ରବେଶ କେମିତି ସମ୍ଭବ, ସେନେଇ ଜବରଦସ୍ତ ଉପାୟ କହିଛନ୍ତି । ପାକିସ୍ତାନର ଗୋଟିଏ ଚ୍ୟାନେଲର ହୋଷ୍ଟକୁ ବ୍ୟାକଷ୍ଟେଜରେ ୱାସିମ ଆକ୍ରମ କହିଥିବା କଥା ଏବେ ସାମ୍ନାକୁ ଆସିଛି । ପାକିସ୍ତାନ ଟିମକୁ ତାଚ୍ଛଲ୍ୟ କରି ୱାସିମ ଆକ୍ରମ ଟିଭି ହୋଷ୍ଟଙ୍କୁ କହିଛନ୍ତି, ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବା ଦରକାର । ଏହାପରେ ଇଂଲଣ୍ଡ ଟିମକୁ ତା’ର ଡ୍ରେସିଂ ରୁମରେ ଲକ କରିଦେବ । ଇଂଲିଶ ଟିମକୁ ୨୦ ମିନିଟ ମଧ୍ୟରେ ଟାଇମଡ ଆଉଟ କରି ପାକିସ୍ତାନ ମ୍ୟାଚ୍‌ ଜିତି ପାରିଲେ, ସେମି ଫାଇନାଲକୁ ଯାଇ ପାରିବ । ହୋଷ୍ଟଙ୍କ ମୁହଁରୁ ଏକଥା ଶୁଣିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କ୍ରିକେଟ ପଣ୍ଡିତମାନେ ହସିବାକୁ ଲାଗିଥିଲେ । ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ମିଶବା ଉଲ ହକ ମଧ୍ୟ ତାଚ୍ଛଲ୍ୟ କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି, ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଅନୁମତି ଦିଆଯାଉ । ଏହାପରେ ତାଙ୍କ ଡ୍ରେସିଂ ରୁମକୁ ଲକ କରି ଦିଆଯାଉ । କାହିଁକି ସେମାନେ ବ୍ୟାଟିଂ କରିବାକୁ ଆସିବେ? ଏପରି କଲେ ପାକିସ୍ତାନ ସେମିକୁ ଯାଇ ପାରିବ । ଶନିବାର ପାକିସ୍ତାନ ଓ ଇଂଲଣ୍ଡ ଚଳିତ ବିଶ୍ୱକପରେ ନିଜ ନିଜର ଶେଷ ଗ୍ରୁପ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

Leave A Reply

Your email address will not be published.