ସ୍ୱାସ୍ଥ୍ୟସେବାରେ ବଡ଼ ବିପ୍ଳବ ହସ୍ପିଟାଲରେ ରହିବନି ବେଡ଼ ଅଭାବ

A major revolution in healthcare is shortage of hospital beds

0 98

ଭୁବନେଶ୍ୱର,୧୧ା୧୧ : ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରତି ହସ୍ପିଟାଲରେ ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ୍‌ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍‌ ସଂଖ୍ୟା ବୃଦ୍ଧି କରିବାକୁ ଯୋଜନା ହୋଇଛି । ସେହିପରି ସବୁ ପିଏଚ୍‌ସିରେ ୨୪ ଘଣ୍ଟିଆ ସେବା ପାଇଁ ୬ଟି ବେଡ୍‌ ରହିବ । ରାଜ୍ୟରେ ଖୋଲିବ ନୂତନ ୩୦୬ ପିଏଚ୍‌ସି । ବର୍ତ୍ତମାନ ରାଜ୍ୟରେ ୧୨୩୬ଟି ପିଏଚ୍‌ସି ଅଛି । ସିଏଚ୍‌ସିରେ ବେଡ ସଂଖ୍ୟା ବଢ଼ିବ । ପ୍ରତି ସିଏଚ୍‌ସିରେ ୩୦ ଲେଖାଏଁ ବେଡ଼ ରହିବ । ପିଏଚ୍‌ଏସ୍‌ ୨୦୨୨ ନିୟମ ଅନୁସାରେ ଏ ସବୁ କାମ ପର୍ଯ୍ୟାୟ ଅନୁସାରେ କରାଯିବ । ପ୍ରତି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩୦୦ ଲେଖାଏଁ ବେଡ ପାଇଁ କାମ ·ଲିଛି । ଡାକ୍ତର ସଂଖ୍ୟା ବି ବଢିବ । ଏବେ ୧୧ଟି ମେଡିକାଲ କଲେଜ ଅଛି । ହସ୍ପିଟାଲ ଓ ମେଡିକାଲ କଲେଜ ବଢିବା ସହ ଡାକ୍ତର ସଂଖ୍ୟା ବଢିବ । ବର୍ତ୍ତମାନ ରାଜ୍ୟରେ ୧୧୬ ୟୁପିଏଚ୍‌ସି, ୭୫ ସିଏଚ୍‌ସି, ୭ ୟୁସିଏଚ୍‌ସି, ୩୨ ଲେଖାଏଁ ଉପଜିଲ୍ଲା ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରହିଛି ।

Leave A Reply

Your email address will not be published.