ରପ୍ତାନୀ କାର୍ଯ୍ୟରେ ବ୍ୟବହୃତ ପାଇଁ ଟାଟା ଷ୍ଟିଲ୍‌ ପକ୍ଷରୁ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ

Tata Steel launches e-fork lift for export operations

0 79

ଭୁବନେଶ୍ୱର,: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି । ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ ଏଫ୍‌ଏଏମ୍‌ଡିର ଫେରୋ କ୍ରୋମ୍‌ ରପ୍ତାନି କାର୍ଯ୍ୟରେ ବ୍ୟବହାର ପାଇଁ ଏହାକୁ ନିୟୋଜିତ କରାଯାଇଛି । । ଏପରିକି କମ୍ପାନୀର କଣ୍ଟେନର ଫ୍ରେଟ୍‌ ଷ୍ଟେଶନ (ସିଏଫ୍‌ଏସ୍‌) ପାର୍ଟନର ଜରିଆରେ ଭାଇଜାଗ (ଆନ୍ଧ୍ର ପ୍ରଦେଶ)ର ଭିପିଏଲ୍‌ କଣ୍ଟେନର ଫ୍ରେଟ୍‌ ଷ୍ଟେଶନରେ ଇ-ଫର୍କ ଲିଫ୍ଟ କାର୍ଯ୍ୟକ୍ଷମ ହୋଇଛି । ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଇଜାଗ୍‌ ପ୍ରୋଫାଇଲ୍‌ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଇ.ଶଙ୍କର ରାଓ, ଟାଟା ଷ୍ଟିଲ୍‌ ଲଜିଷ୍ଟିକ୍ସର (ଏଫ୍‌ଏଏମ୍‌ଡି) ମୁଖ୍ୟ ଅମିତ ଚୌବେ, ପୋର୍ଟ ଅପରେଶନ (ଯୋଗାଣ ଶୃଙ୍ଖଳା)ର ବରିଷ୍ଠ ଏରିଆ ମ୍ୟାନେଜର ସୁରେଶ ବାବୁ ରବିପତି ଏବଂ ଟାଟା ଷ୍ଟିଲ୍‌ର ଏରିଅ । ମ୍ୟାନେଜର ଲଜିଷ୍ଟିକ୍ସ (ଏଫ୍‌ଜି) ସୌମ୍ୟ ବସୁ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର କାର୍ଯ୍ୟନିର୍ବାହୀ ଭାରପ୍ରାପ୍ତ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି, ଆମେ ଆମର କାର୍ବନ ଫୁଟ୍‌ପ୍ରିଣ୍ଟକୁ ହ୍ରାସ କରିବାକୁ
ପ୍ରତିଶ୍ରୁତିବଦ୍ଧ ଏବଂ ପରିବେଶଅନୁକୂଳ କାର୍ଯ୍ୟ ପାଇଁ ସର୍ବଦା ପ୍ରୟାସ କରୁଛୁ । ଏପରିକି ଆମର ଫେରୋକ୍ରୋମ ରପ୍ତାନି ଅଭିଯାନରେ ଇଲେକ୍ଟ୍ରିକ୍‌ ରନ ଫର୍କ ଲିଫ୍ଟ ପ୍ରଚଳନ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ । ବିଶେଷକରି ଆମର ସିଏଫ୍‌ଏସ ପାର୍ଟନର ଏମ୍‌ଏସ୍‌ ଭିପିଏଲ୍‌କୁ ଧନ୍ୟବାଦ ଜଣାଉଛୁ, ଯାହା ଆମର ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କରିବାରେ ଏହା ଆମକୁ ଆହୁରି ସାହାଯ୍ୟ କରିବ । ସେହିଭଳି ଶିଳ୍ପ ପ୍ରକ୍ରିୟାରେ ପରିବେଶ ଦାୟିତ୍ୱ ଏବଂ ଅଭିନବତା ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ କମ୍ପାନୀ ଭାଇଜାଗ ପ୍ରୋଫାଇଲସ୍‌ ଲିମିଟେଡ୍‌ ସହଯୋଗରେ ଇ-ଫର୍କ ଲିଫ୍ଟକୁ ବ୍ୟବହାର ସହ କାର୍ବନ ଫୁଟପ୍ରିଣ୍ଟ୍‌କୁ ଆହୁରି ହ୍ରାସ କରିବା ଏବଂ ଏକ ସ୍ୱଚ୍ଛ ସବୁଜ ଭବିଷ୍ୟତ ଗଠନରେ ଏହା ଯୋଗଦାନ ପ୍ରଦାନ କରୁଛି ।

Leave A Reply

Your email address will not be published.