ଡଲାର ତୁଳନାରେ ନିମ୍ନସ୍ତରରେ ଭାରତୀୟ ମୁଦ୍ରା

The Indian currency is at a low level against the dollar

0 53

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରା ଶୁକ୍ରବାର ରେକର୍ଡ ନିମ୍ନ ସ୍ତରରେ ପହଞ୍ଚିଛି । ଆମେରିକା ଫେଡରାଲ୍‌ ରିଜର୍ଭ ଅଧ୍ୟକ୍ଷ ଜେରୋମ ପାୱେଲଙ୍କ ବୟାନ ପରେ ଆମେରିକା ଡଲାର ଅଧିକ ମଜଭୁତ ହୋଇଛି । କରେନ୍ସି ଡିଲରଙ୍କ ଅନୁସାରେ, ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି କରି ନଥିଲା । ଅପରାହ୍ନ୧.୫୫ରେ ଭାରତୀୟ ମୁଦ୍ରା ୮୩.୪୦ ଟଙ୍କା ପ୍ରତି ଡଲାରରେ କାରବାର କରୁଥିଲା । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ସବୁଠୁ ଦୁର୍ବଳ ସ୍ତର ୮୩.୨୯ ଟଙ୍କା ଥିଲା । ଡିଲର୍ସଙ୍କ କହିବା ଅନୁସାରେ ଭାରତୀୟ ମୁଦ୍ରା ୮୩.୫୦ ପ୍ରତି ଡଲାର ଯାଏ ପହଞ୍ଚିପାରେ, କାରଣ ବଜାରରେ ଡଲାର ଅଭାବ ରହିଛି । କିଛି ବିଶେଷଜ୍ଞଙ୍କ ଅନୁସାରେ ଡଲାର ତୁଳଣାରେ ଭାରତୀୟ ମୁଦ୍ରା ସମ୍ଭବତଃ ୮୪ ଟଙ୍କା ଯାଏ ପହଞ୍ଚିପାରେ । ତେବେ ଏହି ସ୍ତରରେ ପହଞ୍ଚିବା ପୂର୍ବରୁ କିଛି ସମୟ ୮୩.୫୦ ପ୍ରତି ଡଲାରରେ କାରବାର କରିପାରେ ।

Leave A Reply

Your email address will not be published.