ଭାରତ-ଆମେରିକା ମିଳିତ ଭାବେ ଚୀନ୍‌କୁ ଦେବେ ଟକ୍କର

India-US will jointly competition with China

0 60

ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛୁ । ଟୁ ପ୍ଲସ ଟୁ ମିଟିଂ :- ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ସୁଦୃଢ ହେଉଛି । ଏହି ଦୁଇପକ୍ଷ ମଧ୍ୟରେ ପାରସ୍ପରିକ ସମ୍ପର୍କରେ ଚୀନ୍‌ ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି । ଚୀନ୍‌ର ବିପଜ୍ଜନକ ଉଦ୍ଦେଶ୍ୟ ବିଷୟରେ ଉଭୟ ଦେଶ ଅବଗତ ଅଛନ୍ତି । ବେଜିଂ ସହିତ ଉଭୟ ଦେଶର ସମ୍ବନ୍ଧ ମଧ୍ୟ ସେତେ ଭଲନାହିଁ । ଚୀନର ଆହ୍ୱାନନକୁ ମୁକାବିଲା କରିବାକୁ ଆମେରିକା ଏବଂ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମିଳିତ ଭାବେ ସଶସ୍ତ୍ର ଯାନ ଉତ୍ପାଦନ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି । ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଶୁକ୍ରବାର ଦିନ କହିଛନ୍ତି ଯେ ପ୍ରତିରକ୍ଷା ଶିଳ୍ପ ସହଯୋଗରେ ଭାରତ ଏବଂ ଆମେରିକା ଯୁଦ୍ଧ ଯାନ ଉତ୍ପାଦନ କରିବେ । ସେ କହିଛନ୍ତି, “ଆମେ ସଶସ୍ତ୍ର ଯାନଗୁଡ଼ିକର ମିଳିତ ଉତ୍ପାଦନ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛୁ ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । “ଦିଲ୍ଲୀରେ “ଟୁ ପ୍ଲସ୍‌ ଟୁ ” ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀ ଆଲୋଚନା ପରେ ଅଷ୍ଟିନ ଗଣମାଧ୍ୟମ ସହ କଥା ହୋଇଥିଲେ । ଅଷ୍ଟିନଙ୍କ ବ୍ୟତୀତ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ମଧ୍ୟ ଆମେରିକୀୟ ପ୍ରତିନିଧି ଦଳରେ ସାମିଲ ହୋଇଥିଲେ । ଭାରତୀୟ ଦଳର ନେତୃତ୍ୱ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନେଉଛନ୍ତି । ଅଷ୍ଟିନ କହିଛନ୍ତି ଯେ ଏହି ବୈଠକରେ ଚୀନ୍‌ ପକ୍ଷରୁ ବଢୁଥିବା ସୁରକ୍ଷା ଚ୍ୟାଲେଞ୍ଜ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ତେବେ ସେ

Leave A Reply

Your email address will not be published.