ପାର୍ବଣରେ ଦରବୃଦ୍ଧିରୁ ଆଶ୍ୱସ୍ତି; ଅକ୍ଟୋବରରେ ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତ

Hope from the rise in prices; Inflation was 4.87 percent in October

0 58

ନୂଆଦିଲ୍ଲୀ: ଅକ୍ଟୋବରରେ ତଳମୁହାଁ ରହିଲା ଖୁଚୁରା ମୁଦ୍ରାସ୍ଫୀତି । ୨୦୨୩ ଜୁଲାଇ ପରେ ଲଗାତାର ତୃତୀୟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ଦେଖିବାକୁ ମିଳିଛି । ଖାଦ୍ୟ ସାମଗ୍ରୀ ଦାମ୍‌ରେ ହ୍ରାସ ଯୋଗୁଁ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭ ପ୍ରତିଶତକୁ ଖସିଛି । ଯାହା ସେପ୍ଟେମ୍ବରରେ ୫.୦୩ ପ୍ରତିଶତ ଥିଲା । ଏହା ପୂର୍ବରୁ ଅଗଷ୍ଟରେ ୬.୮୩ ପ୍ରତିଶତ ଏବଂ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚ ୭.୪୪ ପ୍ରତିଶତ ରହିଥିଲା । ପରିସଂଖ୍ୟାନ ମନ୍ତ୍ରାଳୟ ସୋମବାର ଖୁଚୁରା ମୁଦ୍ରାସ୍ଫୀତି ହାରର ତଥ୍ୟ ଜାରି କରିଛି । ଏହି ତଥ୍ୟ ଅନୁଯାୟୀ, ମୁଦ୍ରାସ୍ଫୀତି ହାରରେ ମାମୁଲି ହ୍ରାସ ଦେଖିବାକୁ ମିଳିଛି । ଅକ୍ଟୋବରରେ ମୁଦ୍ରାସ୍ଫୀତି ୬.୬୧ ପ୍ରତିଶତ ରହିଛି । ଯାହାକି ସେପ୍ଟେମ୍ବରରେ ୬.୬୨ ପ୍ରତିଶତ ରହିଥିଲା । ଗ୍ରାମୀଣ ଅଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୧୨ ପ୍ରତିଶତ ରହିଥିବାବେଳେ ମୁଦ୍ରାସ୍ଫୀତି ୬.୭୧ ପ୍ରତିଶତ ରହିଛି ।ଡାଲିରେ ହୋଇଛି ଦରବୃଦ୍ଧି:ତେବେ ଅକ୍ଟୋବରରେ ଡାଲି ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଡାଲିର ଦରବୃଦ୍ଧି ହାର ୧୮.୭୯ ପ୍ରତିଶତ ରହିଛି । ସେହିଭଳି ଖାଦ୍ୟାନ୍ନ ସହ ଜଡ଼ିତ ଉତ୍ପାଦର ମଧ୍ୟ ମୁଦ୍ରାସ୍ଫୀତି ୧୦.୬୫ ପ୍ରତିଶତ ରହିଛି ।

Leave A Reply

Your email address will not be published.