ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

Actress Mousumi Nayak arrested

0 50

ଭୁବନେଶ୍ୱର, : ଶେଷରେ ବନ୍ଧାହେଲେ ଅଭିନେତ୍ରୀ ମୌସୁମୀ ନାୟକ । ଟଙ୍କା ମାଗିବା ସହ ଗାଳିଗୁଲଜ ଅଭିଯୋଗରେ ବାନ୍ଧିଛି ପୋଲିସ । ଜଣେ ଲେଖିକାଙ୍କୁ ଜବରଦସ୍ତ ମାଗିଥିଲେ ଟଙ୍କା । ଏହି ଅଭିଯୋଗରେ ବାନ୍ଧିଛି ଇନ୍‌ଫୋସିଟି ଥାନା ପୋଲିସ୍‌ । ସୂଚନା ଥାଉକି, ଚରମ ରୂପ ନେଇଛି ଅଭିନେତ୍ରୀ ଏବଂ ଲେଖିକା ବିବାଦ । ଟଙ୍କା ନେଣଦେଣ ଲାଗି ଦୁଇଜଣଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ବନସ୍ମିତାଙ୍କୁ ଟଙ୍କା ଦାବି କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ମୌସୁମୀ । ଶେଷରେ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କଲା ଇନ୍‌ଫୋସିଟି ଥାନା ପୋଲିସ୍‌ । ସ୍ଥାନୀୟ ଇନଫୋସିଟି ଥାନା ଅଂଚଳରେ ରହୁଥିବା ଅଭିନେତ୍ରୀ ମୌସୁମୀ ନାୟକ ଏବଂ ଲେଖିକା ବନସ୍ମିତା ପତି ପୂର୍ବରୁ ସାଙ୍ଗ ହୋଇ ବିଜନେସ କରୁଥିବା ବେଳେ ବିଜନେସ ପାଇଁ ବନସ୍ମିତା ମୌସୁମୀଙ୍କ ଠାରୁ ୫ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ । ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଉପୁଜିଥିଲା । ଏଣୁ ମୌସୁମୀ ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ । ବନସ୍ମିତା ଟଙ୍କା ଫେରସ୍ତ କରିଥିଲେ ମଧ୍ୟ ମୌସୁମୀ ଆହୁରି ଟଙ୍କା ଜବରଦସ୍ତି ଦାବି କରୁଥିଲେ । ଯଦି ଟଙ୍କା ନଦେବେ ତାହାଲେ ଲେଖିକା ବନସ୍ମିତାଙ୍କୁ ସେ ସାମାଜିକ ସ୍ତରରେ ବଦନାମ କରିବେ । ଜୀବନରୁ ମାରିବା ପାଇଁ ହ୍ୱାଟସ ଅପ୍‌ରେ ଧମକପୂର୍ଣ୍ଣ ମେସେଜ ଦେଇଥିଲେ । ଯାହାର ଅଭିଯୋଗ କରିଥିଲେ ଲେଖିକା । ପରେ ଏନେଇ ଏକ ମାମଲା ରୁଜୁ କରି ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୁଲିସ । ଗତ କିଛି ଦିନ ତଳେ ନାମୀଦାମୀ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ମୌସୁମୀ ନାୟକ । ବନସ୍ମିତା ତାଙ୍କୁ ଏସ୍କଟ ବିଜନେସ ପାଇଁ ପ୍ରସ୍ତାବ ଦେଉଥିବା ଅଭିଯୋଗ କରିଥିଲେ ମୌସୁମୀ । ଏଥିସହ ତାଙ୍କଠାରୁ ନେଇଥିବା ଟଙ୍କା ଫେରାଉନଥିବା ସେ ଅଭିଯୋଗ କରିଥିଲେ ।

Leave A Reply

Your email address will not be published.