ଦୀପାବଳିରେ ଅଘଟଣ କ୍ୟାପିଟାଲ୍‌ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା

Incident in Diwali At Capital Hospital Treatment of hundreds of injured

0 49

ଭୁବନେଶ୍ୱର, : ରାଜଧାନୀରେ ବାଣଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି । ଫଳରେ କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆହତ ଚିକିତ୍ସା ପାଇଁ ପହଞ୍ଚିଛନ୍ତି । ସେଥିମଧ୍ୟରୁ କାହାର ହାତ ଫାଟିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି । ଛୋଟରୁ ବଡ଼, ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ଅନେକ ଆହତ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲର ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଛନ୍ତି । ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର ବିଏମସି ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଇଛି । ଦୁର୍ଘଟଣା ଏଡାଇବାକୁ ବାଣ ଦୋକାନରେ ବ୍ୟବସାୟୀମାନେ ଦୁଇଟି ଡଷ୍ଟବିନ୍‌ ଓ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍‌ ରଖିବାକୁ କୁହାଯାଇଥିଲା । ଏହାର ତଦାରଖ କରିବା ପାଇଁ ବିଏମସି, କମିସନରେଟ ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାର୍ଡ ଗସ୍ତ କରିଥିଲା । ଅନ୍ୟପକ୍ଷରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କମିସନରେଟ ପୁଲିସ, ଅଗ୍ନିଶମ ବିଭାଗ, ବିଏମସି, ସ୍ୱାସ୍ଥ୍ୟ ବିଭାଗ, ୱାଟକୋ, ବିଦ୍ୟୁତ ବିଭାଗ ସମନ୍ୱୟ ରକ୍ଷାକରି ନାଗରିକମାନଙ୍କ ସୁରକ୍ଷା ପାଇଁ କାମ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.