ଫ୍ଲିପ୍‌କାର୍ଟ ଅଫିସରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା ବାକ୍ସ

The cash box was looted from the Flipkart office at gunpoint

0 60

କଟକ, : ମାତିଛନ୍ତି ଲୁଟେରା । ପୁଣି ବନ୍ଧୁକ ମୁନରେ ଆଠଗଡ଼ ଅଞ୍ଚଳରୁ ହୋଇଛି ଲୁଟ୍‌ । ଆଠଗଡ଼ ଥାନା ଅଶୋକ ନଗରର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସରେ ପଶି ବନ୍ଧୁକ ଦେଖାଇ ଟଙ୍କା ବାକ୍ସ ଲୁଟ୍‌ କରିଛନ୍ତି ଲୁଟେରା । ମିଳିଥିବା ସୂଚନା ଅନୁସାରେ ଅଶୋକନଗର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସରେ ସୋମବାର ସକାଳ ସମୟରେ ହୋଇଛି ଲୁଟ୍‌ । ମୁଖା ପିନ୍ଧା ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ ଯୋଗେ ଆସି କାର୍ଯ୍ୟରତ କର୍ମ•ରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି । ଫ୍ଲିପ୍‌କାର୍ଟ ଅଫିସରେ ଥିବା ଟଙ୍କା ବାକ୍ସରୁ ଲକ୍ଷାଧିକ ଟଙ୍କା ନେଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ତେବେ ଘଟଣାସମ୍ପର୍କରେ ସୂଚନା ପାଇଁ ଆଠଗଡ଼ ପୁଲିସ୍‌ ଛାନ୍‌ ଭିନ କରୁଥିବା ବେଳେ ଘଟଣା ସ୍ଥଳରେ ଆଠଗଡ଼ ଏସ୍‌ଡିପିଓ ମଧ୍ୟ ପହଞ୍ଚିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଗତ ୧୦ ତାରିଖ ଶୁକ୍ରବାର ମଧ୍ୟ ଆଠଗଡ଼ ଅଞ୍ଚଳରୁ ଏକ ବଡ଼ ଧରଣର ଲୁଟ ହୋଇଥିଲା । ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡିକୁ ଅଟକାଇ ବନ୍ଧୁକ ଦେଖାଇ ଦେଢ କୋଟିରୁ ଅଧିକ ଟଙ୍କା ମୁଖାପିନ୍ଧା କିଛି ଦୁର୍ବୃତ୍ତ ଲୁଟ କରିଥିଲେ । ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର କର୍ମ•ରୀମାନେ ଆଠଗଡ଼ ଏସବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମରେ ଭରିବାକୁ ଯାଇଥିଲେ । ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ । ମୋଟ ୧୩ଟି ଏଟିଏମରେ ସେମାନେ ଏହି ଟଙ୍କା ଭରି ଥାଆନ୍ତେ । ତେବେ ମାତ୍ର •ରୋଟି ଏଟିଏମରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟର ଶିକାର ହୋଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରୁଥିବା ବେଳେ ପୁଣି ବନ୍ଧୁକ ମୁନରେ ସୋମବାର ଲୁଟ୍‌ ହେବା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

Leave A Reply

Your email address will not be published.