୬ ବଲରେ ୬ ୱିକେଟ ନେଇ ମ୍ୟାଚ୍‌ ଜିତାଇଲେ ଅଧିନାୟକ ମୋର୍ଗାନ

Captain Morgan won the match by taking 6 wickets in 6 balls

0 55

ନୂଆଦିଲ୍ଲୀ, ୧୩ା୧୧: ଅବିଶ୍ୱସନୀୟ ଓ ଅପ୍ରତ୍ୟାଶିକୟ କ୍ରିକେଟ ଗୋଟିଏ ଅନିଶ୍ଚିତତାର ଖେଳ ହୋଇଥିବା ବେଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ କ୍ରିକେଟର । ସେ ମ୍ୟାଚର ଶେଷ ଓଭର୍‌ ବୋଲିଂ କରିବା ସହ ୬ ବଲରେ ୬ ୱିକେଟ ନେଇ ନିଜ ଦଳକୁ ଗୋଟିଏ ଅସମ୍ଭବ ବିଜୟ ଭେଟି ଦେଇଛନ୍ତି । ଦିନିକିଆ କ୍ରିକେଟରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି । ଅଷ୍ଟ୍ରେଲିୟ କ୍ଲବ କ୍ରିକେଟର ଗାରେଥ ମୋର୍ଗାନ ୬ ବଲରେ ୬ ୱିକେଟ ଦଖଲ କରିଛନ୍ତି । ମୋର୍ଗାନ ହେଉଛନ୍ତି ମୁଡଗୀରାବା ଟିମର ଅଧିନାୟକ । ତାଙ୍କ ଟିମ ଗୋଲ୍ଡ କୋଷ୍ଟର ପ୍ରିମିୟର ଲିଗ ଡିଭିଜନର ୩ରେ ଭାଗ ନେଇଥିଲା । ଦଳ ଏକ ନିଶ୍ଚିତ ପରାଜୟ ଆଡ଼କୁ ଯାଉଥିବା ବେଳେ ମୋର୍ଗାନ ଶେଷ ଓଭରରେ ସବୁ କିଛି ଓଲଟପାଲଟ କରିଦେଇଛନ୍ତି । ଏଥିସହ ନିଜ ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ମଧ୍ୟ ଦେଇଛନ୍ତି । ଶେଷ ଓଭରରେ ସର୍ଫେରସ ପାରାଡାଇଜକୁ ଜିତିବା ପାଇଁ ୫ ରନ ଦରକାର ଥିବା ବେଳେ ହାତରେ ୬ ୱିକେଟ ରହିଥିଲା । ମୁଡଗୀରାବା ଟିମର ପରାଜୟ ଏକପ୍ରକାରର ନିଶ୍ଚିତ ହୋଇ ସାରିଥିଲା । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୋର୍ଗାନ ନିଜେ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ । ପଡ଼ିଆ ଓ ଷ୍ଟାଡିୟମରେ ଉପସ୍ଥିତ ସମସ୍ତେ ଜାଣିଥିଲେ ଯେ ମୁଡଗୀରାବା ମ୍ୟାଚ ହାରିବ । କିନ୍ତୁ ମୋର୍ଗାନ ଶେଷ ଓଭରର ପ୍ରଥମ ବଲରେ ୬୫ ରହି କରିଥିବା ଜ୍ୟାକ ଗେରାଲ୍ଡଙ୍କୁ ଆଉଟ କରିଥିଲେ । ଏହାର ପରବର୍ତ୍ତୀ ବଲରେ ସେ ୫ ୱିକେଟ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ । ଏଥିସହ ୬ ବଲରେ ୬ ୱିକେଟ ଦଖଲ କରିବାର ବିରଳ ରେକର୍ଡ ମଧ୍ୟ ସେ ନିଜ ନାଁରେ କରି ଦେଇଥିଲେ । ଐତିହାସିକ ରେକର୍ଡ କରିବା ପୂର୍ବରୁ ମୋର୍ଗାନଙ୍କୁ ଅମ୍ପାୟାର ମଧ୍ୟ ତାଚ୍ଛଲ୍ୟ କରିଥିଲେ । ମ୍ୟାଚ୍‌ ଜିତିବାକୁ ହେଲେ ତାଙ୍କୁ ହ୍ୟାଟ୍ରିକ କିମ୍ବା ଆଉ କିଛି ଚମକ୍ରାର କରିବାକୁ ପଡ଼ିବ ବୋଲି କହିଥିଲେ । ତାଙ୍କ କଥାକୁ ସକାରାତ୍ମକ ଢଙ୍ଗରେ ନେଇ ମୋର୍ଗାନ ବୋଲିଂ କରିଥିଲେ । ସେ କେବଳ ରନ ରଖି ନଥିଲେ ବରଂ ୬ ବଲରେ ୬ ୱିକେଟ ଦଖଲ କରିଥିଲେ । ମୋର୍ଗାନଙ୍କ ଏହି ରେକର୍ଡ ବ୍ରେକିଂ ବୋଲିଂ ଦେଖି ଅମ୍ପାୟାର ମଧ୍ୟ ପୂରା ଜଳକା ହୋଇଯାଇଥିଲେ । ମ୍ୟାଚ୍‌ ଜିତିବା ପରେ ମୋର୍ଗାନ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ହ୍ୟାଟ୍ରିକ ୱିକେଟ ନେବା ପରେ ମୁଁ ମ୍ୟାଚ୍‌ କେମିତି ଆମେ ନ ହାରିବୁ, ସେକଥା ଚିନ୍ତା କରିଥିଲି । ଏହାପରେ ସବୁ କିଛି ଆମ ହିସାବରେ ହୋଇଥିଲେ । ଶେଷ ବଲରେ ଯେତେବେଳେ ଷ୍ଟମ୍ପ ଉଡ଼ିଲା ସେତେବେଳେ ମୁଁ ମୋ ନିଜକୁ ବିଶ୍ୱାସ କରି ପାରି ନଥିଲି । ପୂର୍ବରୁ ମୁଁ କେବେ ହେଲେ ଏମିତି ଘଟଣା ଦେଖି ନଥିଲି । ଆମ ଟିମର ସେଲିବ୍ରେସନ ଅତ୍ୟନ୍ତ ନିଆରା ଥିଲା । ମୋର୍ଗାନଙ୍କୁ ପ୍ରଥମ ୪ ୱିକେଟ କ୍ୟାଚ୍‌ ଆଉଟରୁ ମିଳିଥିଲା । ବାକି ଦୁଇ ୱିକେଟ ସେ ବୋଲ୍ଡ କରି ହାସଲ କରିଥିଲେ । ପ୍ରଫେସନାଲ କ୍ରିକେଟ ଅର୍ଥାତ କ୍ଲବ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୌଣସି ବୋଲର ୬ ବଲରେ ୬ ୱିକେଟ ନେଇ ନଥିଲେ । ଗୋଟିଏ ୱିକେଟରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ରହିଛି । ୨୦୧୧ରେ ନ୍ୟୁଜିଲ୍ୟାଣ୍ଡର ନେଲ ୱାଙ୍ଗନର, ୨୦୧୩ରେ ବାଂଲାଦେଶ ଅଲ ଅମୀନ ହୁସେନ ଓ ୨୦୧୯ରେ ଭାରତର ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ ୫ଟି ଲେଖାଏ ୱିକେଟ ନେଇଥିଲେ ।

Leave A Reply

Your email address will not be published.