ସେହୱାଗଙ୍କୁ ମିଳିବ “ଆଇସିସି ହଲ୍‌ ଅଫ୍‌ ଫେମ୍‌’ ସମ୍ମାନ

Sehwag will be inducted into the 'ICC Hall of Fame'

0 61

ନୂଆଦିଲ୍ଲୀ, ୧୩ା୧୧: ପୂର୍ବତନ ଇଣ୍ଡିଆ ଟିମ୍‌ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କୁ ବଡ଼ ସମ୍ମାନ । ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ହଲ୍‌ ଅଫ୍‌ ଫେମରେ ସ୍ଥାନ ପାଇଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ଡାଏନା ଇଦୁଲଜି, ବିରେନ୍ଦ୍ର ସେହବାଗ ଓ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍‌ ଅରବିନ୍ଦ ଡି’ସିଲ୍ଭା । ଏମାନଙ୍କୁ ଔପ•ରିକ ଭାବେ ହଲ୍‌ ଅଫ୍‌ ଫେମରେ ଆସନ୍ତା ୧୫ ତାରିଖରେ ସାମିଲ କରାଯିବ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ଼ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ସେମିଫାଇନାଲ୍‌ ଅବସରରେ ଏହି ତିନିଜଣଙ୍କୁ ଆଇସିସି ବିଶେଷ ଭାବେ ସମ୍ମାନିତ କରିବ ବୋଲି ଜଣାପଡ଼ିଛି । ପୂର୍ବତନ ଇଣ୍ଡିଆ ଟିମ୍‌ କ୍ରିକେଟର ବିରେନ୍ଦ୍ର ସେହୱାଗ ଦୁନିଆର ସବୁଠାରୁ ଆଟାକିଂ ଓପନିଂ ବ୍ୟାଟ୍ସମ୍ୟାନ୍‌ ମଧ୍ୟରେ ପରିଗଣିତ ହୁଅନ୍ତି । ଏମିତି ବି କୁହାଯାଇପାରିବ କି ସେ ହିଁ ଟେଷ୍ଟ କ୍ରିକେଟ୍‌ ମ୍ୟାଚରେ ନିର୍ଭୟରେ ଖେଳିବାର ଅନ୍ଦାଜ ଶିଖାଇଛନ୍ତି । ସେ ନିଜ କ୍ୟାରିୟରରେ ଅନେକ ସ୍ମରଣୀୟ ମ୍ୟାଚ୍‌ ଖେଳିଛନ୍ତି । ମୁଲତାନରେ ପାକିସ୍ତାନ ବିପକ୍ଷରେ କରିଥିବା ୩୦୯ ରନର ଇନିଂସ କିଏ ବା ଭୁଲିପାରିବ । ଏହି ଚମକ୍ରାର ଇନିଂସ ପରେ ସେହୱାଗ ମୁଲତାନର ସୁଲତାନ ଭାବେ ପରିଚିତ ହୋଇଥିଲେ । ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ବିରେନ୍ଦ୍ର ସେହୱାଗଙ୍କୁ ଦିଆଯାଇଛି ଏହି ବଡ଼ ସମ୍ମାନ । ଆଇସିସି ପକ୍ଷରୁ ସେହୱାଗଙ୍କୁ “ହଲ୍‌ ଅଫ୍‌ ଫେମ୍‌’ରେ ସାମିଲ କରାଯାଇଛି । ସେହୱାଗଙ୍କ ଛଡା ଭାରତୀୟ ମହିଳା ଟମର ପୂର୍ବ ଖେଳାଳି ଡାଏନା ଇଦୁଲଜି ଏବଂ ଶ୍ରୀଲଙ୍କାର କିମ୍ୱଦନ୍ତୀ କ୍ରିକେଟର୍‌ ଅରବିନ୍ଦ ଡି’ସିଲ୍ଭା ମଧ୍ୟ ହଲ୍‌ ଅଫ ଫେମରେ ସ୍ଥାନ ପାଇଛନ୍ତି । ଏହା ସହିତ ହଲ୍‌ ଅଫ ଫେମରରେ ଅନ୍ତର୍ଭୁକ୍ତ ମୋଟ ଖେଳାଳିଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି । ବିରେନ୍ଦ୍ର ସେହୱାଗ ଏବଂ ଡାଏନା ଇଦୁଲଜିଙ୍କ ପୂର୍ବରୁ ୭ଜଣ ଭାରତୀୟ ଖେଳାଳି ଏହି ସମ୍ମାନ ମିଳିଛି । ୨୦୨୧ରେ ବୀନୁ ମାନକଡ୍‌ ଏହି ତାଲିକାରେ ସ୍ଥାନ ପାଇଥିଲେ । ସହିପରି ଜୁଲାଇ ୨୦୧୯ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଏହି ସମ୍ମାନ ମିଳିଥିଲା । ୨୦୧୮ରେ ରାହୁଲ ଦ୍ରାବିଡ଼ ଏବଂ ୨୦୧୫ରେ ଅନିଲ କୁମ୍ବଲେଙ୍କ ଏହି ମମ୍ମାନ ଦିଆଯିଇଥିଲା । ବିଶନ ସିଂ ବେଦୀ ଏବଂ ସୁନୀଲ ଗାବାସ୍କରଙ୍କୁ ୨୦୦୯ରେ ନୂଆକରି ଆରମ୍ଭ ହୋଇଥିବା “ଆଇସିସି କ୍ରିକେଟ୍‌ ହଲ୍‌ ଆଫ୍‌ ଫେମ୍‌’ରେ ଏହି ସମ୍ମାନରେ ସାମିଲ କରାଯାଇଥିଲା । ୨୦୧୦ରେ କପିଲ ଦେବଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.