୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ୪ ବର୍ଷରେ ଶେଷ ହେବ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ

Cabinet approves Bhubaneswar-Cuttack Metro Rail project to be completed in 4 years

0 46

ଭୁବନେଶ୍ୱର,୧୪ା୧୧ : ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ୍‌ ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି । କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ୫-ଟି ଉପକ୍ରମରେ ନୂଆ ଯୋଜନା ଆମ ହସ୍ପିଟାଲକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପ୍ରଦାନ କରିଛି । ସେହିପରି ରାଜ୍ୟର ସହରାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବା ପାଇଁ ସରକାର ନୂଆ ଯୋଜନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ କାର୍ଯ୍ୟକ୍ରମ ଅଧୀନରେ କାମ କରିବ ନୂଆ ଯୋଜନା ଏସ୍‌ସିଆର୍‌ଆଇପିଏସ୍‌ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି । ସେହିପରି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଆଉ ପାଦେ ଆଗେଇଛି । କାରଣ ଆଜି କଟକଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରିପୋର୍ଟକୁ କ୍ୟାବିନେଟ୍‌ ମୋହର ମାରିଛି । ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଫେଜ୍‌୧ ଡିପିଆର୍‌ରେ ୫ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ମିଳିଛି । ଫେଜ୍‌-୧ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଗଡିବ । ପ୍ରଥମ ପର୍ଯ୍ୟାୟ କାମ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏୟାରପୋର୍ଟରୁ ତ୍ରିଶୁଳିଆ ମଧ୍ୟରେ ମୋଟ ୨୦ ଷ୍ଟେସନ ରହିବ । ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପୂରା ଓଭରବ୍ରିଜ୍‌ ଉପରେ ସମସ୍ତ ଷ୍ଟେସନ ଓ ରେଳ ଧାରଣା ରହିବ । ଏଥି ସହିତ ଅତ୍ୟାଧୁନିକ କୋଚ୍‌, ଟିକେଟ ଓ ସିଗ୍ନାଲ ବ୍ୟବହାର କରାଯିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦ୍ୱାରା ନିର୍ମାଣ କାମ ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଆଜିର କ୍ୟାବିନେଟ ବୈଠକରେ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜାନିବିଲି ଗାଁ ନିକଟ ଋଶିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ୫ବର୍ଷ ଭିତରେ ଏହି ବହୁମୁଖୀ ପ୍ରକଳ୍ପ ନିର୍ମାଣ ହେବ । ଏଥିରେ ବିଦ୍ୟୁତ ଶକ୍ତି ଉତ୍ପାଦନ ସହିତ ରାସ୍ତା ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ବ୍ରହ୍ମପୁରରେ ପ୍ରସ୍ତାବିତ ରିଂ ରୋଡକୁ କ୍ୟାବିନେଟ୍‌ ଗ୍ରୀନ୍‌ ସିଗନାଲ ଦେଇଛି ।

Leave A Reply

Your email address will not be published.