ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ଟକ୍କର

India-New Zealand first semi-final clash today

0 82

ମୁମ୍ବଇ, ୧୪ା୧୧: ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲା ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ବୁଧବାର ଖେଳାଯିବ । ଏହି ମୁକାବିଲା ଲାଗି ନ୍ୟୁଜିଲାଣ୍ଡ ଦଳ ସୋମବାର ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରିଛି । ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ରବିବାର ରେକର୍ଡ ୯ମ ମ୍ୟାଚ୍‌ ଜିତିଥିବା ଭାରତ ବିଳମ୍ବରେ ଏଠାରେ ପହଞ୍ଚିଛି । ଭାରତୀୟ ଦଳ ପହଞ୍ଚିବା ପରେ ହୋଟେଲରେ ଯାଇ ବିଶ୍ରାମ ନେଇଥିଲେ । କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଓ ବୋଲିଂ ପ୍ରଶିକ୍ଷକ ପାରସ ମାହାମ୍ବ୍ରେ ହୋଟେଲରୁ ସିଧାସଳଖ ଷ୍ଟାଡିୟମ୍‌ ଆସିଥିଲେ । ଏମାନେ ମିଳିତ ଭାବେ ପିଚ୍‌ ଅନୁଧ୍ୟାନ କରିଥିଲେ । ଯେଉଁ ପିଚରେ ମ୍ୟାଚ୍‌ ଖେଳାଯିବାକୁ ଅଛି ସେ ସମ୍ପର୍କରେ ପିଚ୍‌ ନିର୍ମାତା ତାପସ •ଟାର୍ଜୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ । ଏହି ଷ୍ଟାଡିୟମରେ ମ୍ୟାଚ୍‌ ଗୁଡିକ ହାଇସ୍କୋରିଂ ହେଉଥିବାରୁ ଯେ କୌଣସି ଦଳ ସପକ୍ଷରେ ମ୍ୟାଚ୍‌ ଯିବ ବୋଲି ଆଶା କରାଯାଉଛି । ଚଳିତ ବିଶ୍ୱକପରେ ଭାରତ ଯେପରି ଖେଳ ପ୍ରଦର୍ଶନ କରିଛି ସେଥିରେ ଏହି ଦଳକୁ ଫେବରାଇଟ୍‌ ମନେକରାଯାଉଛି । କିନ୍ତୁ ନକ୍‌ଆଉଟରେ ନୂଆ ଚୋକର ଭାବେ ଭାରତର ନାମ ଲିପିବଦ୍ଧ ହୋଇଛି । ଯଦି ଏହି ନକରାତ୍ମକ ରେକର୍ଡକୁ ହଟାଇବାକୁ ହେବ, ତେବେ ଭାରତକୁ ସେମିଫାଇନାଲ ମ୍ୟାଚ୍‌ ଜିତିବାକୁ ପଡ଼ିବ । ଗତଥର ଇଂଲଣ୍ଡରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା । ଏଠାରେ ଦଳକୁ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ୪ ବର୍ଷ ପରେ ଏହାର କିଛି ଗୁରୁତ୍ୱ ନଥିବାରୁ ଭାରତ ଏଥିଲାଗି ଚିନ୍ତିତ ନୁହେଁ । ସେହିପରି ଲିଗ୍‌ ଓ ନକ୍‌ଆଉଟ ଖେଳ ମଧ୍ୟରେ ଅନେକ ତଫାତ ରହିଥିବାରୁ ୱାଙ୍ଖେଡେ ମୁକାବିଲାରେ କିଏ ଫେବରାଇଟ୍‌, କିଏ ବିଜୟୀ ହେବେ କହିବା ମୁସ୍କିଲ । କିନ୍ତୁ ଗୋଟିଏ କଥା କହିପାରିବା, ଯେଉଁ ଦଳର ଖେଳାଳିମାନେ ଏହି ହାଇଭୋଲଟେଜ୍‌ ମ୍ୟାଚରେ •ପକୁ ଉଚିତ ମୁକାବିଲା କରିବେ, ସେହି ଦଳ ସପକ୍ଷରେ ଫଳାଫଳ ନିଶ୍ଚିତ ଯିବ । ୱାଙ୍ଖେଡେ ଷ୍ଟାଡିୟମରେ ଏଯାଏ ୪ଟି ମ୍ୟାଚ୍‌ ଖେଳାଯାଇଛି । ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଥର ୩୫୦ରୁ ଊର୍ଦ୍ଧ୍ୱ ରନ୍‌ କରିଛି । ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚରେ ଉଭୟ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ୨୯୦ରୁ ଅଧିକ ରନ୍‌ କରିଥିଲେ । ଏଥିରେ ଗ୍ଲେ ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ୍‌ ବଳରେ ଅଷ୍ଟ୍ରେଲିଆ ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ଏଭଳି ଆଉ ଏକ ହାଇସ୍କୋରିଂ ମୁକାବିଲା ହେବାର ସମ୍ଭାବନାକୁ ଆଦୌ ଏଡାଇଦେଇ ହେବ ନାହିଁ । ଏହି ୪ଟି ମୁକାବିଲାରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩ଟିରେ ଓ ପିଛା କରିଥିବା ଦଳ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଏହି ମ୍ୟାଚଟି ଅଷ୍ଟ୍ରେଲିଆ ୩ ୱିକେଟରେ ଜିତିଥିଲା । ନ୍ୟୁଜିଲାଣ୍ଡ ଦଳ ଫ୍ଲଡଲାଇଟରେ ସାଢେ ୩ ଘଣ୍ଟା ଧରି ଅଭ୍ୟାସ କରିଥିଲେ । ଦଳରେ କେହି ଆହତ ନଥିବା ଏଥିରୁ ଜଣାପଡ଼ିଥିଲା । ଅଧିନାୟକ କେନ୍‌ ୱିଲିୟମସନଙ୍କ ସମେତ ସମସ୍ତ ଖେଳାଳି ଅଭ୍ୟାସ କରିଥିଲେ ।

Leave A Reply

Your email address will not be published.