ଗାଜାରୁ ସୁରକ୍ଷିତ ଉଦ୍ଧାର ହେଲେ ଭାରତୀୟ ମହିଳା

Indian woman rescued from Gaza

0 59

ଜେରୁଜେଲମ୍‌: ଇସ୍ରାଏଲ୍‌ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫଶି ରହିଥିବା ଜଣେ ଭାରତୀୟ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । କାଶ୍ମୀରର ଏହି ମହିଳା ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଥିଲେ । ମହିଳାଙ୍କ ସ୍ୱାମୀଙ୍କ କହିବାନୁଯାୟୀ, ଗାଜାରେ ଭାରତୀୟ ମିଶନ ସାହାଯ୍ୟରେ ତାଙ୍କ ପତ୍ନୀ ସୁରକ୍ଷିତ ଭାବେ ଇଜିପ୍ଟରେ ପହଞ୍ଚିଛନ୍ତି । ସୋମବାର ସନ୍ଧ୍ୟାରେ ଲୁବନା ନଜିର ଶାବୁ ଏବଂ ତାଙ୍କ ଝିଅ କରିମା ଇଜିପ୍ଟ ଏବଂ ଗାଜା ମଧ୍ୟରେ ଥିବା ରାଫା ସୀମା ପାର ହୋଇ ଯାଇଥିଲେ । ଲୁବନାଙ୍କ ସ୍ୱାମୀ ନେଦାଲ ଟୋମନ ସୂଚନା ଦେଇଥିଲେ ଯେ, ସେମାନେ ଅଲ- ଅରିଶ (ଇଜିପ୍ଟର ଏକ ସହର)ରେ ଅଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ସକାଳେ ସେମାନେ କାହିରା ଚାଲିଯିବେ । ଏଥିସହ ସୁରକ୍ଷିତ ଉଦ୍ଧାର ପାଇଁ ରାମଲ୍ଲାହ, ତେଲ ଅଭିଭ୍‌ ଓ କାହିରାର ଭାରତୀୟ ମିଶନକୁ ସେ ଗଭୀର କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.