ଏଣିକି ସରକାରୀ ହସ୍ପିଟାଲରେ ଘରୋଇ ମେଡ଼ିକାଲ ସୁବିଧା

Also private medical facilities in government hospitals

0 54

ଭୁବନେଶ୍ୱର,୧୫ା୧୧ : ହସ୍ପିଟାଲ ଆହୁରି ହେବ ଚକାଚକ୍‌ । ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ । ଏଥିପାଇଁ ରାଜ୍ୟ ସରକାର “ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି । ଏହି ଯୋଜନାରେ ରାଜ୍ୟରେ ଥିବା ସମସ୍ତ ସରକାରୀ ହସ୍ପିଟାଲ ୫-ଟି ଅଧୀନରେ ରୂପାନ୍ତରଣ ହେବ । ରାଜ୍ୟର ସମସ୍ତ ୧୮୫୮ ସରକାରୀ ଡାକ୍ତରଖାନା (ଡିଏଚ୍‌ଏଚ୍‌, ଏସ୍‌ଡ଼ିଏଚ୍‌, ସିଏଚ୍‌ସି ଓ ପିଏଚ୍‌ସି) ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ରୂପାନ୍ତର ହେବ । ୨୦୨୩-୨୪ ରୁ ୨୦୨୭-୨୮ ପାଇଁ ଏହି ଯୋଜନା ନିମନ୍ତେ ୩,୩୮୮.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ବୈଠକରେ ୧୧ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମ ହସ୍ପିଟାଲ ଯୋଜନାରେ ପ୍ରଥମ ବର୍ଷରେ ୧୪୯ଟି ସରକାରୀ ଡାକ୍ତରଖାନାକୁ ସୁଦୃଢ଼ୀକରଣ କରାଯିବ । ରାଜ୍ୟରେ ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କ୍ରମରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରୋଗୀକୈନ୍ଦ୍ରିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଆବଶ୍ୟକ ପରିବର୍ତ୍ତନ ପାଇଁ ରୋଗୀଙ୍କ ମତାମତ ସଂଗ୍ରହକୁ ମୋ-ସରକାର ମାଧ୍ୟମରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌), ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ (ଏସ୍‌ଡ଼ିଏଚ୍‌), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି) ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ଗୁଡ଼ିକୁ ପର୍ଯ୍ୟାୟକ୍ରମେ ରୂପାନ୍ତରଣ କରାଯିବ । ଏଥନିମନ୍ତେ ଆବଶ୍ୟକ ମାନବ ସମ୍ବଳ ଓ ଭିତ୍ତିଭୂମି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତ ପୂରଣ ପାଇଁ ଅଧିକ ଅର୍ଥ ବିନିଯୋଗର ବ୍ୟବସ୍ଥା କରାଯାଇଛି । ରୂପାନ୍ତରଣ ଯୋଜନାର ଉଦ୍ଦେଶ୍ୟ ହେଉଛି ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା । ସେହିପରି ରୋଗୀ ଓ ସେମାନଙ୍କ ପରିଜନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାଗୁଡ଼ିକୁ ଉପଲବ୍ଧ କରାଇବା ଏବଂ ସରକାରୀ ଡାକ୍ତରଖାନା ପ୍ରତି ରୋଗୀଙ୍କ ନିର୍ଭରଶୀଳତା ବଢ଼ାଇବା । ଯୋଜନାରେ ରୋଗୀ ପ୍ରତୀକ୍ଷା ସ୍ଥାନଗୁଡ଼ିକର ଉନ୍ନତୀକରଣ ଓ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ବିନାମୂଲ୍ୟରେ ଦିଆଯାଉଥିବା ଔଷଧ ବିତରଣ କେନ୍ଦ୍ରରେ କାଉଣ୍ଟ ବିଶ୍ରାମ ଗୃହ ତିଆରି କରାଯିବ । ଡାକ୍ତରଖାନା ଭିତରେ ବିଭିନ୍ନ ବିଭାଗ ଓ ଉପଲବ୍ଧ ସେବା କେନ୍ଦ୍ରଗୁଡ଼ିକରେ ସହଜରେ ପହଞ୍ଚିବା ପାଇଁ ବିଲିଂଗୁଡ଼ିକରେ ସମାନ ଧରଣର ବ୍ରାଣ୍ଡିଂ ଓ ସାଇନେଜ୍‌ ସହ ଜନସଚେତନତା ନିମନ୍ତେ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ । ଗାଡ଼ି ଚଳାଚଳକୁ ଶୃଙ୍ଖଳିତ କରାଯିବା ସହ ପାର୍କିଂ ଶେଡର ବ୍ୟବସ୍ଥା ହେବ । ସେବା ପ୍ରଦାନ କରାଯାଉଥିବା ସ୍ଥାନଗୁଡ଼ିକରେ ଭିଡ଼ କମାଇବା ନିମନ୍ତେ ଧାଡ଼ି ପରି•ଳନା ପାଇଁ ରୋଗୀମାନଙ୍କୁ ଡାକିବା ବ୍ୟବସ୍ଥା (ପେସେଣ୍ଟ କଲିଂ ସିଷ୍ଟମ୍‌) କରାଯିବ । ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କିତ ସୂଚନାଗୁଡ଼ିକର ଉନ୍ନତ ପରି•ଳନା ପାଇଁ ଅନଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଯିବ । ଡାକ୍ତରଖାନାକୁ ଏକାଧିକ ପରିଦର୍ଶନରୁ ଦୂରେଇ ରହିବା ପାଇଁ ରୋଗୀମାନଙ୍କୁ ଫୋନରେ ଲାରେଟୋରି ରିପୋର୍ଟ ପ୍ରଦାନ ବ୍ୟବସ୍ଥା କରାଯିବ । ସହଜରେ ଜଳଖିଆ ଖାଇବା ନିମନ୍ତେ ଡାକ୍ତରଖାନା ପରିସରରେ ମିଶନ୍‌ ଶକ୍ତି କାଫେରେ ଖାଦ୍ୟ ଉପଲବ୍ଧ କରାଯିବ । ରିହାତି ମୂଲ୍ୟରେ ଉତ୍ତମ ଗୁଣମାନଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ସ୍ଥାପନ କରାଯିବ । ଉତ୍ତମରୂପେ ଦୃଶ୍ୟମାନ ହେବା ପାଇଁ ଡାକ୍ତରଖାନାଗୁଡ଼ିକରେ ସମାନ ଧରଣର ପ୍ରବେଶ ଦ୍ୱାର ନିର୍ମାଣ କରାଯିବ ।

Leave A Reply

Your email address will not be published.