ପୁଣି ବଢ଼ିପାରେ ଜିରା ଦର

Cumin prices may rise again

0 85

ଗାନ୍ଧିନଗର: ଜିରା ଦର ପୁଣି ବଢିବାର ଆଶଙ୍କା କରାଯାଉଛି । ଜିରାର ରପ୍ତାନୀ ଚାହିଦା ବୃଦ୍ଧି ହେଉଥିବାରୁ ଏପରି ଆଶଙ୍କା କରାଯାଉଛି । ଏହି ମସଲାର ଦୁଇ ଉତ୍ପାଦକ ରାଜ୍ୟ ଗୁଜରାଟ ଓ ରାଜସ୍ଥାନରେ ଏବେ ନୂଆ ସିଜନ ପାଇଁ ଚାଷ କାମ ଆରମ୍ଭ ହୋଇଗଲାଣି । ଗତ କିଛି ମାସ ହେଲା ଜିରାର ରପ୍ତାନୀ ଚାହିଦା ହ୍ରାସ ହୋଇଥିଲା । ଫଳରେ ଦେଶରେ ଦର ହ୍ରାସ ହୋଇଥିଲା । ଜୁନ- ଅକ୍ଟୋବର ଅବଧିରେ ଜିରା ମୂଲ୍ୟ ବର୍ଷକ ପୂର୍ବ ଦର ତୁଳନାରେ ୧୦୦ରୁ ୨୦୦ ପ୍ରତିଶତ ବୃଦ୍ଧି ହୋଇ କେଜି ପିଛାଦର ୫୦୦ରୁ ୭୦୦ ଟଙ୍କାକୁ ପହଞ୍ଚି ଥିଲା । ଜିରାର ଭାରତ ସବୁଠୁ ବଡ଼ ଉତ୍ପାଦକ ଦେଶ, ଯାହା ଲଙ୍କା ପରେ ଦେଶରୁ ରପ୍ତାନୀ ହେଉଥିବା ଦ୍ୱିତୀୟ ମସଲା । ତେବେ ଗତବର୍ଷ ଜିରା ଚାଷ ରକବା ହ୍ରାସ ଓ ଫସଲ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଜୁନ- ଅକ୍ଟୋବର ଅବଧିରେ ଜିରା ଦର ଆକାଶ ଛୁଇଁଥିଲା । ଦେଶର ଜିରା ଦର ବୃଦ୍ଧି ରପ୍ତାନୀକୁ ମଧ୍ୟ ପ୍ରଭାବିତ କରିଥିଲା । ମସଲା ବୋର୍ଡଙ୍କ ଆକଳନ ଅନୁସାରେ ଏପ୍ରିଲ-ଅଗଷ୍ଟ ୨୦୨୩ ରେ ଜିରା ରପ୍ତାନୀ ପରିମାଣ ପୂର୍ବ ବର୍ଷର ଏହି ଅବଧିରେ ହୋଇଥିବା ରପ୍ତାନୀଠାରୁ ୨୪ ପ୍ରତିଶତ ହ୍ରାସ ହୋଇଥିଲା । ମୂଲ୍ୟ ବୃଦ୍ଧି ଯୋଗୁ ରପ୍ତାନୀ ହ୍ରାସ ହୋଇଥିଲେ ମଧ୍ୟ ରପ୍ତାନୀକାରୀଙ୍କ ଅ ।ୟ ଉପରେ ପ୍ରଭାବ ପଡିନଥିଲା । ଏକ୍ସପର୍ଟ ହ୍ରାସ ସତ୍ତୱେ ରପ୍ତାନୀକାରୀଙ୍କ ଆୟରେ ୨୬ ପ୍ରତିଶତ ବୃଦ୍ଧି ହୋଇଥିଲା । ଏହା ସତ୍ତୱେ ୨୦୨୩ ବର୍ଷରେ ଜିରା ରପ୍ତାନୀ ୧,୮୬, ୫୦୮ ଟନ ପର୍ଯ୍ୟନ୍ତ ପହଞ୍ଚିଥିଲା । ତେବେ ନୂଅ । ଜିରା ଫସଲ ପାଇଁ କୃଷି କ୍ଷେତ୍ର ପ୍ରସ୍ତୁତି ଯୋଗୁ ଜିରା ଦର ହ୍ରାସ ହୋଇ କେଜି ପିଛା ଦର ୪୫୦ ଟଙ୍କାକୁ ପହଞ୍ଚିଛି । ଏହା ମଧ୍ୟ ଗତବର୍ଷ ତୁଳନାରେ ଢେର ଅଧିକ । ଜିରା ଦର ହ୍ରାସ ସହ ରପ୍ତାନୀ ଚାହିଦା ପୁଣି ବଢିଥିବା ଜଣାପଡିଛି ।

Leave A Reply

Your email address will not be published.