ବେଦାନ୍ତ ଆଲୁମିନିୟମ ରେଷ୍ଟୋରା କମ କାର୍ବନ ଯୁକ୍ତ ଯୋଗାଣର ଶୁଭାରମ୍ଭ

Launch of Vedanta Aluminum Restora Low Carbon Supply

0 124

ଭୁବନେଶ୍ୱର, : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ତେଲେଙ୍ଗାନାରେ ଅବସ୍ଥିତ ଏକ ଅଗ୍ରଣୀ ଆଲୁମିନିୟମ ଏକ୍ସଟ୍ରୁଜନ କମ୍ପାନିଗ୍ଲୋବାଲ ଆଲୁମିନିୟମ ପିଭି ଲିମିଟେଡକୁ ଦେଶର ପ୍ରଥମ ନିମ୍ନ କାର୍ବନ ଯୁକ୍ତ ସବୁଜ ଆଲୁମିନିୟମ ରେଷ୍ଟୋରାକୁ ପଠାଇଛି । ଅଡର଼୍ରର ଏକ ଅଂଶ ଭାବରେ କମ୍ପାନି ଗ୍ଲୋବାଲ ଆଲୁମିନିୟମକୁ ୩୦୦ ମେଟ୍ରିକଟନ ରେଷ୍ଟୋରା ବିଲେଟ ଯୋଗାଇବ । ଏହି ଘରୋଇ ଉତ୍ପାଦନ ପାଇଁ ଚୁକ୍ତି ଏକ ମାଇଲ ଖୁଣ୍ଟ ଅଟେ ।ଏହାର ମୂଲ୍ୟ ଶୃଙ୍ଖଳାକୁ ଡିକାର୍ବନାଇଜେସନ କରିବା ଦିଗରେ ଓଡ଼ିଶାର ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମର ମେ ଗା ସ୍ମେଲଟର ପ୍ରମୁଖ ଭୂମିକା ବହନ କରୁଛି । ବେଦାନ୍ତ ଆଲୁମିନିୟମ ଭାରତରେ ପ୍ରଥମ ଅଟେ ଯିଏକି ବିଶ୍ୱରେ ଗ୍ରାହକ ଆଧାରରେ କମ କାର୍ବନ ଯୁକ୍ତ ଆଲୁମିନିୟମ, ବ୍ରାଣ୍ଡେଡ ରେସ୍ତୋରା (ଅଲଟ୍ରା ଲୋ କାର୍ବନ ଆଲୁମିନିୟମ) ପ୍ରଦାନ କରିଥାଏ । ଅକ୍ଷୟ ଶକ୍ତି ବ୍ୟବହାର କରି ଏହି ଉତ୍ପାଦ ଏକ ଟନ ଆଲୁମିନିୟମ ପ୍ରତି ୪ ଟନ ସିଓ ୨ ସମାନତା ମଧ୍ୟରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନ ତୀବ୍ରତା ସହିତ ଉତ୍ପାଦିତ, ଯାହା ଆଲୁମିନିୟମ ପାଇଁ ଏକ କମ କାର୍ବନଯୁକ୍ତ ଉତ୍ପାଦ ରୂପେପ୍ରମାଣିତ । ରେଷ୍ଟୋରା ଅଲଟ୍ରା ଉତ୍ପାଦରେ କମ କାର୍ବନ ରହିଛି ଯାହା ବିଶ୍ୱରେ ସବୁଠାରୁ କମ । ଯୋଗାଣ ଚୁକ୍ତିରେ ଗ୍ଲୋବାଲ ଆଲୁମିନିୟମ ନିୟୋଜିତ ରେଷ୍ଟାରା ବିଲେଟ ବେଦାନ୍ତ ଆଲୁମିନିୟମ ଦ୍ୱାରା ବିଭିନ୍ନ ଏକ୍ସଟ୍ରୁଜନ ପ୍ରୋଫାଇଲରେ ଯୋଗାଇ ଦିଆଯିବ । ଅନ୍ତିମ ଉତ୍ପାଦ ଗୁଡ଼ିକ ଅଟୋମୋବାଇଲ, ବୈଦ୍ୟୁତିକ ସାମଗ୍ରୀ, ବିଲଡିଂ, ନିର୍ମାଣ ଓ ସ୍ଥାପତ୍ୟ, ଏରୋନଟିକ୍ସ, ଏୟାର ହ୍ୟାଣ୍ଡଲିଂ, ନବୀକରଣ ଯୋଗ୍ୟ ଶିଳ୍ପ, ପ୍ରତିରକ୍ଷା, ଅଟୋମେସନ ଓ ଅନ୍ୟାନ୍ୟ ଶିଳ୍ପରେ କଷ୍ଟୋମାଇଜଡ ହୋଇଥିବା ପ୍ରୟୋଗଗୁଡ଼ିକୁ ପୂରଣ କରିବ । ନିଜର ମତଦେଇ ଜନ୍‌ ସ୍ଲାଭେନ୍‌, ସିଇଓ, ବେଦାନ୍ତ ଆଲୁମିନିୟମ୍‌ କହିଛନ୍ତି ଯେ ସ୍ଥାୟୀ ଉତ୍ପାଦ ଉପରେ ପ୍ରତିଯୋଗିତା ମୂଳକ ପଦକ୍ଷେପକୁ ନେଇ ବିଶ୍ୱ ସ୍ତରରେ ତଥା ଭାରତରେ ମଧ୍ୟ ଆମର ଗ୍ରାହକଙ୍କ ଉତ୍ସାହର ପ୍ରତିକ୍ରିୟା ଆମେ ଦେଖିବାକୁ ପାଇଛୁ । ଆମର ଏହି ବିଶ୍ୱସ୍ତରୀୟ ରେଷ୍ଟୋରା ପରିସରକୁ ଘରୋଇ ବଜାରରେ ପରିଚିତ କରାଇ ଆମେ ଖୁସୀ । ଏକ ସବୁଜ ଭବିଷ୍ୟତ ହାସଲ ଦିଗରେ ଆମର ଏହି ପଦକ୍ଷେପକୁ ସଫଳ କରିବା ଲାଗି ଆମେ ପ୍ରତଶ୍ରୁତିବଦ୍ଧ । ଗ୍ଳୋବାଲ ଆଲୁମିନିୟମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୀଲ ଅଗ୍ରୱାଲ କହିଛନ୍ତିଯେ ବେଦାନ୍ତ ଆଲୁମିନିୟମ ହେଉଛି ଉଚ୍ଚ ଗୁଣାତ୍ମକ ସମାଧାନର ଏକ ବିଶ୍ୱସ୍ତ ପ୍ରଦାନକାରୀ ଯିଏକି ଗୁଣମାନର ତଥା ମୂଲ୍ୟଯୁକ୍ତ ଆଲୁମିନିୟମର ଆବଶ୍ୟକତାକୁ ପୂରଣ କରିଥାଏ । ଏହାର ରେଷ୍ଟୋରା ଉତ୍ପାଦ କାର୍ବନ ପଦଚିହ୍ନ ହ୍ରାସ କରିବାରେ ଏକ ଗେମ ଚେଞ୍ଜର ହେବ । ଗ୍ରାହକଙ୍କୁ ଏହାର ଉତ୍ପାଦ ବିକାଶ ଓ ଡିଜାଇନ ପ୍ରକ୍ରିୟାର ମୂଳରେ ରଖିବା, ବେଦାନ୍ତ ଆଲୁମିନିୟମ ସେମାନଙ୍କୁ ଆନ୍ତର୍ଜାତୀୟ ମାନର ଉତ୍ପାଦ ପ୍ରଦାନ କରିବା ସହ ୩୬୦ ଡିଗ୍ରୀ ସମାଗ୍ରିକ ସମାଧାନ ମାଧ୍ୟମରେ ସୁବିଧାପ୍ରଦାନ କରିବ । ବେଦାନ୍ତ ଆନ୍ତର୍ଜାତୀୟ ବଜାରରେ ଚାହିଦା ପୂରଣ ପାଇଁ ପ୍ରସ୍ତୁତ । ଏହାର ଉତ୍ପାଦ ଗୁଡ଼ିକ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରମାଣିତ ହୋଇଥିଲାବେଳେ ପରିବେଶ ଉତ୍ପାଦ ଘୋଷଣା ଇଣ୍ଟରନ୍ୟାସନାଲ ଦ୍ୱାରା ପରିବେଶ ନିରନ୍ତର ବୋଲି ଯାଞ୍ଚ କରାଯାଇଛି । ଏହା ସହ ଝାରସୁଗୁଡ଼ାଠାରେ ଥିବା କମ୍ପାନିର ପ୍ଲାଟକୁ ମଧ୍ୟ ବିଶ୍ୱସ୍ତରରେ ସ୍ଥାୟୀ ବ୍ୟବସାୟ ପ୍ରଦର୍ଶନ ଲାଗି ପୁରସ୍କାର ମିଳିଛି ।ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନ କାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍‌ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‍୍ୟାଙ୍କ ଡାଓଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ ରେ ୨ୟ ର‍୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନ କାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାର ପ୍ଲାଣ୍ଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍‌ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Leave A Reply

Your email address will not be published.