ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ

RBI announcement: Personal loans to be expensive

0 66

ମୁମ୍ବାଇ: ଆଗାମୀ ଦିନମାନଙ୍କରେ କ୍ରେଡିଟ କାର୍ଡ ନେବା ବା କଞ୍ଜ୍ୟୁମର ଲୋନ କରିବା ଲୋକଙ୍କୁ ଏତେ ସହଜ ହୋଇ ନପାରେ । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଓ ନନ୍‌ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ (ଏନବିଏଫସି)ଙ୍କ କଞ୍ଜ୍ୟୁମର କ୍ରେଡିଟ୍‌ ଲୋନର ରିସ୍କ ୱେଟେଜ୍‌ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଅର୍ଥାତ ଅନସିକ୍େୟାର୍ଡ ଲୋନ ବୁଡିଯିବାର ଆଶଙ୍କାକୁ ଦେଖି ବ୍ୟାଙ୍କମାନେ ଏବେ ପୂର୍ବାପେକ୍ଷା ଅଧିକ ୨୫ ପ୍ରତିଶତ ପ୍ରୋଭିଜନିଂ କରିବେ । ତେବେ ଏହା ପୂର୍ବରୁ ବ୍ୟାଙ୍କ ଅଥବା ଏନବିଏଫସିଙ୍କ ନିମନ୍ତେ ଏପର୍ଯ୍ୟନ୍ତ କଞ୍ଜ୍ୟୁମର କ୍ରେଡିଟ୍‌ ରିସ୍କ ୱେଟେଜ୍‌ ୧୦୦ ପ୍ରତିଶତ ଥିଲା । ଏବେ ଏହା ୧୨୫ ପ୍ରତିଶତ ହୋଇଯାଇଛି । ଏହା ପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତ ଅକ୍ଟୋବରରେ ଅନୁଷ୍ଠିତ ମନିଟାରୀ ପଲିସି ବୈଠକରେ କଞ୍ଜ୍ୟୁମର କ୍ରେଡିଟ୍‌ର ଅନେକ ସେଗମେଣ୍ଟରେ ହେଉଥିବା ଅଭିବୃଦ୍ଧିକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏଣୁ ବ୍ୟାଙ୍କମାନଙ୍କୁm ସେମାନଙ୍କ ଅନ୍ତରିଣ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବା ପାଇଁ, ଅଥବ କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ଜାରି ସର୍କୁଲାରରେ କମର୍ସିଅ ।ଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍‌ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ । ତେବେ ଏଥିରେ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ ଓ ଗୋଲ୍ଡ ଲୋନ ଭଳି ଅନ୍ୟ ସୁରକ୍ଷିତ ଲୋନକୁ ସାମିଲ କରାଯାଇ ନାହିଁ । ଏଥିରେ ଏନବିଏଫସି ଲାଗି ରିସ୍କ ୱେଟେଜରେ କରାଯାଇଥିବା ବୃଦ୍ଧିରେ ରିଟେଲ ଲୋନକୁ ସାମିଲ କରାଯାଇଛି । ତେବେ ଏଥିରୁ ହୋମଲୋନ, ଏଜୁକେସନ ଲୋନ, ଭେଇକଲ ଲୋନ, ଗୋଲ୍ଡ ଲୋନ ଓ ମାଇକ୍ରୋଫାଇନାନ୍ସ ଲୋନକୁ ବାହାରେ ରଖାଯାଇଛି । ଆରବିଆଇ କମର୍ସିଆଲ ବ୍ୟାଙ୍କ ଓ ଏନବିଏଫସିଙ୍କ କ୍ରେଡିଟ କାର୍ଡ ରିସିଭେବଲ୍ସ ଉପରେ ମଧ୍ୟ ରିସ୍କୱେଟ୍‌ ୨୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏ ପର୍ଯ୍ୟନ୍ତ କ୍ରେଡିଟା କାର୍ଡ ରିସିଭେବଲ୍ସ ନିମନ୍ତେ କମର୍ସିଆଲ ବ୍ୟାଙ୍କମାନଙ୍କ ରିସ୍କ ୱେଟେଜ୍‌ ୧୨୫ ପ୍ରତିଶତ ଥିଲା ଓ ଏନବିଏଫସିଙ୍କ ନିମନ୍ତେ ୧୦୦ ପ୍ରତିଶତ ଥିଲା । ତେବେ ଏହି ପରିବର୍ତ୍ତନ ପରେ ବ୍ୟାଙ୍କ ଓ ଏନବିଏଫସି ନିମନ୍ତେ ଏହି ୱେଟେଜ୍‌ ଯଥାକ୍ରମେ ୧୫୦ ଓ ୧୨୫ ପ୍ରତିଶତ ହୋଇଯାଇଛି ।

Leave A Reply

Your email address will not be published.