ଆରମ୍ଭ ହେଲା ନାଟମଣ୍ଡପ ମରାମତି କାମ

The repair work of Natmandap has started

0 71

ପୁରୀ,୧୭ା୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ତ୍ତ ମୂଳକ ଅନୁମତି ଦିଆଯାଇଛି । ଏଥିଲାଗି ମାର୍ଗ ଦର୍ଶିକା ମଧ୍ୟ ପ୍ରସ୍ତୁତ କରାଯାଇଛି । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ •ଲିବ । କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହୁଥିଲେ ମଧ୍ୟ ତାହା ମଧ୍ୟରେ ସୁବିଧା ଦେଖି କାର୍ଯ୍ୟ କରାଯିବ । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକୁ ଆଖି ଆଗରେ ରଖି କେଉଁ ସମୟରେ କାର୍ଯ୍ୟ କରାଯିବ ସେଥି ଲାଗି ନିଷ୍ପତ୍ତି ନେବାକୁ ମନ୍ଦିର କମାଣ୍ଡରଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୪ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ତଦନୁଯାୟୀ କାର୍ଯ୍ୟ କରାଯିବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଆଜିଠୁ ମହାପ୍ରଭୁଙ୍କ ରତ୍ନପଲଙ୍କ ତିଆରି ମଧ୍ୟ ଆରମ୍ଭ ହୋଇଛି । ନିର୍ମାଣ ହେବାକୁ ଥିବା ତିନିଗୋଟି ନୂଆ ରତ୍ନପଲଙ୍କ ବର୍ମାଟିକ୍‌ କାଠରେ ନିର୍ମାଣ କରାଯିବ । ଆସନ୍ତା ଓଡିଆ ନବବର୍ଷରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ । ରତ୍ନପଲଙ୍କରେ ବ୍ୟବହୃତ ଥିବା ହାତୀଦାନ୍ତକୁ ନୂତନ ରତ୍ନ ପଲଙ୍କରେ ଲଗାଯିବ । ସୂଚନାଯୋଗ୍ୟ ଗତ ୫ ବର୍ଷ ହେବ ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଦେଖାଦେଇଥିବା ଫାଟର ମରାମତି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୨୦ ଦିନ ମଧ୍ୟରେ ମରାମତି କାମ ସାରିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ଗତକାଲି ଅପରାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବେଠକରେ ନାଟ ମଣ୍ଡପ ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.