ରୋଗକୁ ହରାଇବ ମାନବିକତାର ସ୍ପର୍ଶ : ମୁଖ୍ୟମନ୍ତ୍ରୀ

The touch of humanity will defeat the disease: Chief Minister

0 69

ଭୁବନେଶ୍ୱର,୧୭ା୧୧ : ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ । ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ମାନବିକତା ପରଷି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଡାକ୍ତର ଏମିତି ଏକ ପେଶା ଯେଉଁଥିରେ ନିଜ ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ଆବଶ୍ୟକ । ସେହିପରି ରୋଗୀ ଓ ସମ୍ପର୍କୀୟଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଚିତ୍‌ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୁସ୍ଥ ଓଡିଶା, ସୁଖୀ ଓଡିଶା ଗଠନରେ ପ୍ରତିଟି ଜୀବନ ମୂଲ୍ୟବାନ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଚିକିତ୍ସା ଭିତ୍ତିଭୂମିରେ ଉଲ୍ଲେଖନୀୟ ସଫଳତା ମିଳିବା ସହ କମ ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବିଏସକେୱାଇ ଯୋଜନାରେ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳୁଛି । ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ନୂଆ ଡାକ୍ତରଖାନା ଓ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ଆମ ହସ୍ପିଟାଲ ଯୋଜନାରେ ଜନସ୍ୱାସ୍ଥ୍ୟ ସୁବିଧା, ନୂଆ ମେଡିକାଲ କଲେଜ ନିର୍ମାଣ କାମ ଜୋର ଧରିଛି । ସ୍ୱାସ୍ଥ୍ୟସେବାରେ ୫-ଟି ଇନିସିଏଟିଭ ଏକ ନୂଆ ଓ ସଶକ୍ତ ଓଡିଶା ଗଠନରେ ସହାୟକ ହୋଇଛି । ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ଦୁଇଟି ପିଜି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା ହୋଇଛି । ଯାଜପୁରର ଯଯାତିକେଶରୀ ମେଡିକାଲ କଲେଜକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ଫୁଲବାଣୀ ଓ ତାଳଚେରରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି । ପୂର୍ବରୁ ଓଡିଶାରୁ ବର୍ଷକୁ ୩୨୧ ଏମବିବିଏସ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୫୨୫ ଜଣ ଏମବିବିଏସ ଡାକ୍ତର ଓ ୮୫୬ ସ୍ପେଶାଲିଷ୍ଟ ଡାକ୍ତର ବାହାରୁଛନ୍ତି । ଏହି ସଂଖ୍ୟାକୁ ପ୍ରତିବର୍ଷ ବଢାଯାଉଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷରେ ୩୦୦ ସହକାରୀ ପ୍ରଫେସର ନିଯୁକ୍ତି ପାଇଥିବା କହିଛନ୍ତି । ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ଡାକ୍ତର ରୁଚିତ ମହାନ୍ତି ଓ ଡାକ୍ତର ପ୍ରାଚୀ ପ୍ରତିଚି ଦାଶ ନିଜର ଅନୁଭୁତିକୁ ବାଣ୍ଟିବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୁଲ୍ୟବାନ ଆଭିମୁଖ୍ୟକୁ ପାଳନ କରିବାକୁ କହିଛନ୍ତି । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରି ନିଯୁକ୍ତି ସୁଯୋଗ ବଢାଇଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.