ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ

Deepfake: Prime Minister expressed concern

0 74

ଡିପ୍‌ଫେକ୍‌ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ “ଡିପ୍‌ଫେକ୍‌’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ୍‌ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି । କାରଣ ମୋଦୀ ମଧ୍ୟ ଏହି ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି । ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା । ଏଆଇ ଦ୍ୱାରା ଏପରି ଡିପଫେକ୍‌ ବିଷୟବସ୍ତୁ ସବୁ ପ୍ରସ୍ତୁତ କରାଯାଉଛି । ଡିପଫେକ୍‌ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏଭଳି ଟେକ୍ନୋଲୋଜି ସମାଜରେ ଅରାଜକତା ସୃଷ୍ଟି କରିପାରେ । ମୋଦୀ କହିଛନ୍ତି, ନିକଟରେ ମୁଁ ଏମିତି ଗୋଟିଏ ଭିଡିଓକୁ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି । ଏପରି ଅନେକ ଭିଡିଓ ସୋଶାଲ ମିଡିଆରେ ରହିଛି । ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ । ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି । କିନ୍ତୁ ବାସ୍ତବରେ ଏହା ଡିପଫେକ ବିଷୟବସ୍ତୁୟ ଡିପଫେକର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି । ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଡିପଫେକ ବିଷୟବସ୍ତୁ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ । ମିଥ୍ୟା ତଥ୍ୟର ପ୍ର•ର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ଇଣ୍ଟରନେଟରେ ଏହିପରି ଭିଡିଓ ପ୍ରସାରିତ ହେଲେ ଚାଟ୍‌ଜିପିଟି ଟିମକୁ ଲୋକଙ୍କୁ ଅବଗତ କରିବା ସହ ଚେତାବନୀ ଜାରି କରିବା ଦରକାର । ଗଣମାଧ୍ୟମ ଲୋକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିବା ଉଚିତ । ଏଭଳି ମାମଲାରେ ପୀଡିତମାନଙ୍କୁ ପୋଲିସ ନିକଟରେ ଅଭିଯୋଗ କରିବା ଏବଂ “ଆଇଟି ନିୟମ ଅନୁଯାୟୀ ଉପଲବ୍ଧ ଉପାୟର ଉପଯୋଗ କରିବାକୁ’ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ସପ୍ତାହରେ କହିଥିଲେ ଯେ ଭୁଲ ତଥ୍ୟ ପ୍ରସାରକୁ ରୋକିବା ଅନଲାଇନ୍‌ ପ୍ଲାଟଫର୍ମର “ଆଇନଗତ ଦାୟିତ୍ୱ’ । ଡିପ୍‌ ଫେକ୍‌ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହୋଇପାରେ । ନିକଟରେ ବଲିଉଡ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍‌ ଓ କାଜୋଲଙ୍କ ଡିପ୍‌ ଫେକ୍‌ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ଭିଡ଼ିଓ ବନାଉଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାକୁ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ଦାବି କରିଥିଲେ ।

Leave A Reply

Your email address will not be published.