ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି

India will be difficult to stop: Ganguly

0 51

ନୂଆଦିଲ୍ଲୀ, ୧୭ା୧୧: ବିଶ୍ୱକପ୍‌ କ୍ରିକେଟର ଫାଇନାଲ ମ୍ୟାଚ୍‌ ରବିବାର ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି । ଭାରତୀୟ ଦଳ ଯେମିତି ଖେଳୁଛି, ସେମାନଙ୍କୁ ଅଟକାଇ ବଡ଼ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି । ଗାଙ୍ଗୁଲି କହିଛନ୍ତି, ଭାରତୀୟ ଦଳ ଏବେ ବିଧ୍ୱଂସକାରୀ ସାଜିଛି । ଅହମଦାବାଦ ମ୍ୟାଚ୍‌ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ଖେଳିଛି । ଏବେ ବିଶ୍ୱକପ୍‌ ଟ୍ରଫି ଓ ସେମାନଙ୍କ ମଧ୍ୟରେ କେବଳ ଅଷ୍ଟ୍ରେଲିଆ ଅଛି । ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଭାରତୀୟ ଟିମ୍‌ ଯେମିତି ଖେଳିଛି, ଯଦି ସେହି ଖେଳ ଜାରି ରଖେ, ତା’ହେଲେ ସେମାନଙ୍କୁ ଅଟକାଇବା କଷ୍ଟକର । ଫାଇନାଲ ମ୍ୟାଚ୍‌ ଖୁବ୍‌ ଭଲ ହେବ । କାରଣ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଭଲ ଦଳ । ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ୭୦ ରନରେ ହରାଇ ଭାରତ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଛି । ଭାରତ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ସେମି ଫାଇନାଲରେ ପହଞ୍ଚିଥିଲା । ଅର୍ଥାତ ଦଳ ଅପରାଜେୟ ରହି ଫାଇନାଲରେ ପହଞ୍ଚିଛି । ଅନ୍ୟପକ୍ଷରେ ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ୨ଟି ମ୍ୟାଚ୍‌ ହାରିଥିଲା । ପ୍ରଥମ ମ୍ୟାଚରେ ଦଳ ଭାରତଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା । ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ଚତୁର୍ଥ ଥର ପାଇଁ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍‌ ଜିତିଥିବା ବେଳେ ଭାରତ ୨ ଥର ଜିତିଛି ।

Leave A Reply

Your email address will not be published.