ବିଶ୍ୱକପ୍‌ ଫାଇନାଲ୍‌ ମହାସଂଗ୍ରାମ : ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍‌ଲା

World Cup Final Mahasagram: Neb Old Badla from Australia

0 89

ଅହମ୍ମଦାବାଦ,୧୮ା୧୧ : ସୁପର ସଣ୍ଡେରେ ସୁପର ଫାଇଟ । ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ଦୁଇ ଶ୍ରେଷ୍ଠ ଦଳ । ଅପରାହ୍ନ ୨ଟାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ତେବେ ଫାଇନାଲ ପୂର୍ବରୁ ସାମ୍ନାକୁ ଆସିଛି ରବିବାର ହେବାକୁ ଥିବା କାର୍ଯ୍ୟକ୍ରମର ତାଲିକା । ରବିବାର ଅପରାହ୍ନ ୨ଟାରେ ଖେଳାଯିବ ଫାଇନାଲ ମୁକାବିଲା । ଏହାପୂର୍ବରୁ ୧ଟା ୩୦ ମିନିଟରେ ପଡିବ ଟସ୍‌ । ଆଉ ଏହି ଟସ୍‌ ପରେ ଆରମ୍ଭ ହେବ ଭାରତୀୟ ସେନାର “ସୂର୍ଯ୍ୟକିରଣ ଶୋ’ । ଏହା ୧ଟା ୩୫ ମିନିଟରୁ ଆରମ୍ଭ ହୋଇଛି ୧ଟା ୫୦ମିନିଟ୍‌ ପର୍ଯ୍ୟନ୍ତ •ଲିବ । ମହମ୍ମଦାବାଦ ଆକାଶରେ ସାରା ବିଶ୍ୱ ଦେଖିବ ସୂର୍ଯ୍ୟକିରଣ ଏୟାର ଶୋ’ । ପରେ ଡ୍ରିଙ୍କସ୍‌ ବ୍ରେକରେ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଦିତ୍ୟ ଗାନ୍ଧଭୀ ଗୀତ ପ୍ରଦର୍ଶନ କରିବେ । ପରେ ଇନିଂସ ବ୍ରକରେ ହେବ ଜୋରଦାର କାର୍ଯ୍ୟକ୍ରମ । ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଚକ୍ରବର୍ତ୍ତୀ, ଗୀତିକାର ଜୋନିତା ହାନ୍ଧି, ନାକାଶ ଅଜିଜ୍‌, ଅମିତ ମିଶ୍ରା, ଆକାଶ ସିଂହ ଏବଂ ତୁଷାର ଜୋଶୀ ଭାଗ ନେବେ । ଆଉ ଝୁମିବେ ପୁରା ଏକ ଲକ୍ଷ ୩୦ ହଜାର ଲୋକେ । ଶେଷରେ ୨ଇନିଂସର ଡ୍ରିଙ୍କସ୍‌ ବ୍ରେକ୍‌ ବେଳେ ଲେଜର ଲାଇଟ୍‌ ଶୋ ମଧ୍ୟ ହେବ । ସୂଚନାଯୋଗ୍ୟ ଯେ, ନଭେମ୍ବର ୧୯ ତାରିଖରେ ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ । ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଶକ୍ତଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡକୁ ସେମିରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଥିବା ବେଳେ ଅଷ୍ଟ୍ରେଲିଆ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୨ୟ ସେମିରେ ପରାସ୍ତ କରିଛି । ଆଉ ୨ୟ ଟିମ୍‌ ଭାବେ ଚଳିତ ବିଶ୍ୱକପ୍‌ ଫାଇନାଲରେ ଏଣ୍ଟ୍ରି କରିଛି ।

Leave A Reply

Your email address will not be published.