ମ୍ୟାଚ୍‌ ପୂର୍ବରୁ ବାୟୁସେନାର ଚିତ୍ତାକର୍ଷକ ଏୟାର ଶୋ

Spectacular Air Show by the Air Force before the match

0 89

ଅହମଦାବାଦ, ୧୯ା୧୧: ଆରମ୍ଭ ହୋଇଛି ବିଶ୍ୱକପ୍‌ କ୍ରିକେଟର ମହାମୁକାବିଲା । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯାଉଛି । ଏହି ମହାମୁକାବିଲାରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଟସ୍‌ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହାର ଅର୍ଥ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ । ସେପଟେ ରବିବାର ଫାଇନାଲ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ରୋହିତ ଶର୍ମା ଅପରିବର୍ତ୍ତିତ ଏକାଦଶ ସହ ଅଷ୍ଟ୍ରେଲିଆକୁ ମୁକାବିଲା ପାଇଁ ପଡିଆକୁ ଓହ୍ଲାଇଛନ୍ତି । ତେବେ ଟସ୍‌ ପରେ ଖେଳା ଆରମ୍ଭ ହେବା ପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ଭାରତୀୟ ବାୟୁସେନା ଯବାନମାନେ ଦେଖାଇଛନ୍ତି ଚିତ୍ତାକର୍ଷକ ଏୟାର ଶୋ । ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ୧୦ ମିନିଟ୍‌ ପାଇଁ ଏହି ଏୟାର ଶୋ’ର ଆୟୋଜନ କରାଯାଇଛି । ସୂର୍ଯ୍ୟକିରଣ ଏରୋବେଟିକ୍‌ ଟିମର ୯ଟି ବିମାନ ଆକାଶ ମାର୍ଗରେ ଦେଖାଇଛନ୍ତି ରଣକୌଶଳ । ଯାହା କ୍ରିକେଟ ଦେଖିବାକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉପସ୍ଥିତ ଥିବା ୧ ଲକ୍ଷରୁ ଅଧିକ ଦର୍ଶକଙ୍କୁ ଏକ ଭିନ୍ନ ମନୋରଞ୍ଜନ ଯୋଗାଛଛି ।

Leave A Reply

Your email address will not be published.