୮ ବର୍ଷ ପରେ ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା

After 8 years, Kangana will act with R. Madhavan

0 94

ନୂଆଦିଲ୍ଲୀ, ୧୯ା୧୧: ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ଫିଲ୍ମ ତେଜସ୍‌ ରିଲିଜ୍‌ ହୋଇଥିଲା । ଫିଲ୍ମକୁ ନେଇ କଙ୍ଗନା ଯଦିଓ ବହୁତ ଆଶା କରିଥିଲେ । କିନ୍ତୁ ଏହା ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ତେଜସର ସୁପର ଫ୍ଲପ୍‌ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ ମଧ୍ୟ ଆରମ୍ଭ କରିଛନ୍ତି । ଶନିବାର ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି । କଙ୍ଗନା ସୁଟିଂ ସମୟର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଆଜି ଚେନ୍ନାଇରେ ଆମେ ଆମର ନୂଆ ଚଳଚ୍ଚିତ୍ର ସୁଟିଂ ଆରମ୍ଭ କଲୁ । ଏହା ଏକ ମନସ୍ତାତ୍ତ୍ୱିର୍କ ଥ୍ରୀଲର ହେବାକୁ ଥିବାବେଳେ ଫିଲ୍ମର ନାମ ବାବଦରେ ଉଲ୍ଲେଖ କରିନାହାନ୍ତି । କଙ୍ଗନା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ନିର୍ଦ୍ଦେଶକ ଏଲ୍‌ ବିଜୟଙ୍କ ସହ ଏକ ନୂଆ ଫିଲ୍ମ କରୁଛନ୍ତି । ସେ ନିର୍ଦ୍ଦେଶକଙ୍କ ସହ ତାଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ବଡ କଥା ଯେ ଏହି ଫିଲ୍ମରେ କଙ୍ଗନା ଆର. ମାଧବନଙ୍କ ସହ ଅଭିନୟ କରିବେ । ଉଭୟ ୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ । ଉଲ୍ଲେଖ ଥାଉ କି ଯେ କଙ୍ଗନା ଏବଂ ମାଧବନ୍‌ ପୂର୍ବରୁ “ତନୁ ୱେଡସ ମନୁ’ରେ ନଜର ଆସିଥିଲେ । ନିକଟରେ କଙ୍ଗନା ରାନାୱତଙ୍କୁ “ତେଜସ୍‌’ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ବାୟୁସେନା ପାଇଲଟ ତେଜସ ଗିଲଙ୍କ ଭୂମିକାରେ ଅଭିନୟ କରିଥିଲେ । ତେବେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା । ଏବେ କଙ୍ଗନାଙ୍କୁ ରାଜନୈତିକ ଡ୍ରାମା ଫିଲ୍ମ “ଏମର୍ଜେନ୍ସି’ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । କଙ୍ଗନାଙ୍କ ବ୍ୟତୀତ ଅନୁପମ ଖେର, ମହିମା ଚୌଧୁରୀ ଏବଂ ଶ୍ରେୟସ ତାଲପଡେଙ୍କ ପରି ତାରକା “ଏମର୍ଜେନ୍ସି’ରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ରିଲିଜ ହେବାର ଥିଲା କିନ୍ତୁ ପରେ ଏହାର ରିଲିଜକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ “ଏମର୍ଜେନ୍ସି’ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Leave A Reply

Your email address will not be published.