ମିସ୍‌ ୟୁନିଭର୍ସ ଟାଇଟଲ ଜିତିଲେ ସେଏନିସ୍‌ ପଲାସିଓସ୍‌

Seinis Palacios won the Miss Universe title

0 61

ନୂଆଦିଲ୍ଲୀ, ୧୯ା୧୧: ଏଲ ସାଲଭାଡୋରର ସାନ ସାଲଭାଡୋରର ଜୋସେ ଆଡଲଫୋ ପିନାଡା ଆରେନାରେ ମିସ୍‌ ୟୁନିଭର୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ମଉକାରେ ମିସ୍‌ ୟୁନିଭର୍ସ ୨୦୨୩ ର ବିଜେତା ଘୋଷଣା ହୋଇଛି । ସେଏନିସ୍‌ ପଲାସିଓସ୍‌ ବିଜେତା ଭାବେ ମନୋନୀତ ହୋଇଛନ୍ତି ଏବଂ ମିସ୍‌ ୟୁନିଭର୍ସ ୨୦୨୩ର ମୁକୁଟ ପିନ୍ଧିଛନ୍ତି । ସେଏନିସ୍‌ ପଲାସିଓସ୍‌ଙ୍କୁ ୨୦୨୨ର ମିସ୍‌ ୟୁନିଭର୍ସ ଆର୍ବୋନି ଗାବ୍ରିଏଲ୍‌ ମୁକୁଟ ପିନ୍ଧେଇଛନ୍ତି । ଆର୍ବୋନି ଗାବ୍ରିଏଲ୍‌ ମିସ୍‌ ୟୁଏସରୁ ମିସ୍‌ ୟୁନିଭର୍ସ ହୋଇଥିଲେ । ସେଏନିସ୍‌ ପଲାସିଓସ୍‌ ନିକାରାଗୁଆର ବସବାସ କରନ୍ତି । ସେ ମିସ୍‌ ୟୁନିଭର୍ସ ହେବା ପୂର୍ବରୁ ମିସ୍‌ ନିକାରାଗୁଆର ଟାଇଟଲ୍‌ ଜିତିଥିଲେ । ନିକାରାଗୁଆର ପ୍ରଥମ ଝିଅ ସେଏନିସ୍‌ ପଲାସିଓସ୍‌ ଯିଏ ମିସ୍‌ ୟୁନିଭର୍ସ ଜିତିଛନ୍ତି । ମିସ୍‌ ୟୁନିଭର୍ସ ଜିତିବା ପରେ ସେଏନିସ୍‌ ପଲାସିଓସ୍‌ ଇମୋସନାଲ୍‌ ହୋଇଥିବାର ନଜର ଆସିଥିଲେ । ସେହି ସମୟରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଓ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା । ତାଙ୍କ ଡ୍ରେସ୍‌ କଥା କାହିବାକୁ ଗଲେ ସେ ଏକ ହ୍ୱାଇଟ୍‌ ଶିମିରି ଷ୍ଟୋନ୍‌ ୱାର୍କ ହୋଇଥିବା ଗାଉନ୍‌ ପିନ୍ଧିଥିଲେ । ଏହି ବିୟୁଟି କମ୍ପିଟିସନରେ ଅଷ୍ଟ୍ରେଲିଆର ମୋରେୟା ୱାଲସନ ଦ୍ୱିତୀୟ ରନର୍‌ ଅପ୍‌ ହୋଇଥିଲେ । ଏହା ସହ ଥାଇଲ୍ୟାଣ୍ଡର ଆଣ୍ଟୋନିଆ ପୋର୍ସିଲ୍ଡ ପ୍ରଥମ ରନର୍‌ ଅପ୍‌ ହୋଇଥିଲେ । ଚଳିତ ବର୍ଷ ଚଣ୍ଡିଗଡରୁ ଶ୍ୱେତା ଶାରଦା ଭାରତ ପାଇଁ ମିସ୍‌ ୟୁନିଭର୍ସ ୨୦୨୩ରେ ପ୍ରତିନିଧିତ୍ୱ କରିଥିଲେ । ସେ ଏହି କମ୍ପିଟିସନରେ ଟପ୍‌ ୨୦ ଫାଇନାଲିଷ୍ଟିରେ ରହିଥିଲେ, ହେଲେ ଟପ୍‌ ୧୦କୁ ଯାଇପାରିନଥିଲେ । ତେବେ ଏହି ବର୍ଷ ପାକିସ୍ତାନ ମଧ୍ୟ ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସରେ ଡେବ୍ୟୁ କରିଥିଲେ । ୭୨ତମ ମିସ୍‌ ୟୁନିଭର୍ସ କମ୍ପିଟିସ୍ନରେ ୮୪ଟି ଦେଶ ଭାଗ ନେଇଥିଲେ । ସେଠାରେ ପରସ୍ପର ବିରୋଧରେ ଏକ ଆଶ୍ଚର୍ଯ୍ୟଜନକ କମ୍ପିଟିସନ୍‌ ଦେଖିବା ପାଇଁ ମିଳିଥିଲା । ଏହି କମ୍ପିଟିସନକୁ ଆମେରିକୀୟ ଟେଲିଭିଜନ ହୋଷ୍ଟ ଜାନି ମାଇ ଏବଂ ୨୦୧୨ର ମିସ୍‌ ୟୁନିଭର୍ସ ଅଲିଭିଆ କୁଲପୋଙ୍କ ବ୍ୟତୀତ ଆମେରିକାର ଟେଲିଭିଜନର ହୋଷ୍ଟ ମାରିଆ ମେନୁନୋସଙ୍କ ଦ୍ୱାରା
ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.