ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ

Elon Musk will invest 2 billion dollars in India

0 85

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ବିଦ୍ୟୁତ କାର୍‌ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି । ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍‌ ଆମଦାନୀ କରିବାକୁ ଅନୁମତି ପାଇବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତରେ ଏହାର ର୍କା ନିର୍ମାଣ ପାଇଁ ରାସ୍ତା ବାହାରିବ ବୋଲି ରିପୋର୍ଟରୁ ଜଣା ପଡିଛି । ଜାନୁଆରୀ ମାସରେ ଗୁଜରାଟରେ ହେବାକୁ ଥିବା “ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମିଟ୍‌’ରେ ଏହି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି । ବିଦ୍ୟୁତ କାର୍‌ ଏବଂ ରପ୍ତାନି ପାଇଁ ସୁ- ପ୍ରତିଷ୍ଠିତ ଇକୋସିଷ୍ଟମ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁର ରାଜ୍ୟକୁ କମ୍ପାନୀର କାରଖାନା ପାଇଁ ବିଚାରକୁ ନିଆଯାଉଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ସମ୍ଭାବ୍ୟ ଚୁକ୍ତିନାମା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଟେସଲା ଏହାର କାରଖାନା ନିର୍ମାଣ ପାଇଁ ପ୍ରାୟ୨ ବିଲିୟନ ଡଲାର ଟଙ୍କା ନିବେଶ କରିପାରେ । ପରେ କମ୍ପନୀ ଏହାର ଅଟୋ ପର୍ଟ୍ସ ସବୁ ଭାରତରୁ କିଣିବା ପାଇଁ ୧୫ ବିଲିୟନ ଡଲାର ଖର୍ଚ୍ଚ କରିବ । ସେହିଭଳି ଆଗକୁ ଟେସଲା ଭାରତରେ ଏହାର ବ୍ୟାଟେରୀ ମଧ୍ୟ ନିର୍ମାଣ କରିପାରେ ଯାହା କମ୍ପାନୀକୁ ଏହାର ଖର୍ଚ୍ଚ ଭାର କମାଇବ । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ଏହି ଯୋଜନା ଗୁଡିକ ପରିବର୍ତ୍ତନ ହୋଇପାରେ ଏବଂ ଟେସଲା ସିଇଓ ଏଲନ୍‌ ମସ୍କ ପୂର୍ବରୁ ଜୁନ୍‌ ମାସରେ କହିଥିଲେ ଯେ କମ୍ପାନୀ ୨୦୨୪ ମସିହାରେ ଏକ ପରିଦର୍ଶନ ପାଇଁ ଭାରତରେ ଏକ ମହତ୍ୱପୂର୍ଣ୍ଣ ବିନିଯୋଗ କରିବାକୁ ଚାହୁଁଛି ।

Leave A Reply

Your email address will not be published.