ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ “ରାମାୟଣ ଓ ମହାଭାରତ’

In school, students read "Ramayana and Mahabharata".

0 54

ନୂଆଦିଲ୍ଲୀ: ଆଗାମୀ ଦିନରେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ରାମାୟଣ ଓ ମହାଭାରତ ଶିକ୍ଷା । ଏନସିଇଆରଟିର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଏ ସମ୍ବନ୍ଧିତ ପାଠ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇପାରେ । ଉଚ୍ଚ ସ୍ତରୀୟ ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ପ୍ୟାନେଲ୍‌ ଏହା ସୁପାରିଶ କରିଛି । ଏନସିଇଆରଟିର ଉଚ୍ଚସ୍ତରୀୟ ପ୍ୟାନେଲ୍‌ ଆହୁରି ପରାମର୍ଶ ଦେଇଛି ଯେ ବିଦ୍ୟାଳୟ ଗୁଡ଼ିକର ଶ୍ରେଣୀଗୃହ କାନ୍ଥରେ ସମ୍ବିଧାନ ବିଷୟରେ ସ୍ଥାନୀୟ ଭାଷାରେ ଲେଖାଯିବ । ଏହା ସହିତ ପାଠ୍ୟପୁସ୍ତକରେ ଭାରତୀୟ ଜ୍ଞାନ ପ୍ରଣାଳୀ, ବେଦ ଏବଂ ଆୟୁର୍ବେଦକୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଏହି ପ୍ରସ୍ତାବକୁ ରୁ ଚୂଡ଼ାନ୍ତ ଅନୁମୋଦନ ମିଳିବା ବାକି ଅଛି । ପ୍ୟାନେଲ କହିଛି ଯେ ଆମେ ପରାମର୍ଶ ଦେଇଛୁ, ଛାତ୍ରଛାତ୍ରୀମାନେ ମହାକାବ୍ୟ ବିଷୟରେ ଅଳ୍ପ ଜାଣିବା ଉଚିତ୍‌, ଯେପରି ରାମ କିଏ ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା? ଅବସରପ୍ରାପ୍ତ ଇତିହାସ ପ୍ରଫେସର ଇସାକ୍‌ କହିଛନ୍ତି, ଭାରତୀୟ ଇତିହାସର ୩ଟି ବର୍ଗୀକରଣ ହୋଇଛି । ତାହା ହେଲା, ପ୍ରାଚୀନ, ମଧ୍ୟକାଳୀନ ଓ ଆଧୁନିକ ଭାରତ । ପ୍ୟାନେଲ୍‌ ଇତିହାସକୁ ୪ଟି ଅବଧିରେ
ବାଣ୍ଟିବାକୁ ମଧ୍ୟ ସୁପାରିଶ୍‌ କରିଛି । ତାହା ହେଲା, ଶାସ୍ତ୍ରୀୟ କାଳ, ମଧ୍ୟକାଳୀନ କାଳ, ବ୍ରିଟିଶ ଯୁଗ ଏବଂ ଆଧୁନିକ କଥା ।

Leave A Reply

Your email address will not be published.