ରାଜ୍ୟ ସହିତ ବିଶ୍ୱକୁ ଯୋଡୁଛି ଓଡିଶାର ଗ୍ରାମୀଣ ହସ୍ତ-ବୟନଶିଳ୍ପ

Odisha's rural handloom industry is connecting the world with the state

0 68

ନୂଆଦିଲ୍ଲୀ/ଭୁବନେଶ୍ୱର, : ଓଡିଶାର ଗ୍ରାମୀଣ ହସ୍ତଶିଳ୍ପୀ ଓ ବୟନଶିଳ୍ପୀମାନଙ୍କୁ ବିଶ୍ୱ ବଜାର ସୁବିଧା ଉପଲବ୍ଧ କରି ସେମାନଙ୍କୁ ସ୍ଥାୟୀ ଜୀବିକା ସୁଯୋଗ ଦେବା, ସେମାନଙ୍କ ଜୀବନଜୀବିକା ଗୁଣ ବତ୍ତାରେ ଉନ୍ନତି ଆଣିବା ଓ ସେମାନଙ୍କ ଅଭିନବ ଦକ୍ଷତାକୁ ବିଶ୍ୱ ପରିଚୟ ପ୍ରଦାନ କରି ବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍‌ମାସ ଗତ ୧୪ ତାରିଖ ଠାରୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ମାଧ୍ୟମରେ ଅଂଶଗ୍ରହଣ କରିଛି । ପାଭିଲିୟନର ୧ ନମ୍ବର ଷ୍ଟଲରେ ନୂଆ ପଡାର ମା’ବୈଭ ବଲକ୍ଷବ୍ଧୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମୟୂରଭଞ୍ଜର ମା’ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ କାଷ୍ଠ କାରୁକାର୍ଯ୍ୟ ଓ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏ ବଂ ୨ ନମ୍ବର ଷ୍ଟଲରେ କୋରା ପୁଟର ଲେମନ ଗ୍ରାସ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଲେମନ ଗ୍ରାସରୁ ପ୍ରସ୍ତୁତ ବିଭିନ୍ନ ଉପକାରୀ ଦ୍ରବ୍ୟ ଓ ନବରଙ୍ଗପୁରର ନବରଙ୍ଗୀ ଫାର୍ମ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କୃଷି ଉପକରଣ ମିଳୁଥିବା ବେଳେ ୩ ନମ୍ବର ଷ୍ଟଲରେ ବାଲେଶ୍ୱରର ବାବା ପଞ୍ଚଲିଙ୍ଗେଶ୍ୱର ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଓଡିଶାର ଟେରାକୋଟା ଗୃହସଜ୍ଜା ସାମଗ୍ରୀ ଓ ଗଞ୍ଜାମର ଅନନ୍ତ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଆ•ର, ପାମ୍ପଡ ଆଦି ଖାଦ୍ୟ ସାମଗ୍ରୀ ଏବଂ ୪ ନମ୍ବର ଷ୍ଟଲରେ ଯାଜପୁରର ଜୟ ମା’ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଟସରରୁ ପ୍ରସ୍ତୁତ ଶାଢି ଓ ଅନ୍ୟାନ୍ୟ ବସ୍ତ୍ର ଓ କୋଟ ପାଡର ସନ୍ଥକବି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜିଆଇ ଟ୍ୟାଗ କୋଟ ପାଡ ଶାଢି ମିଳୁଛି । ଅନୁରୂପ ଭାବେ, ପାଭିଲିୟନର ମଧ୍ୟଭାଗରେ ନିର୍ମିତ ବୋଇତରଡେକ ଉପରେ କେଉଁଝରରୁ ଆସିଥିବା ଜ୍ୟୋତି ଉତ୍ପାଦକ ଗୋଷ୍ଠୀ ବ୍ୟବହୃତ କାଗଜରୁ ପ୍ରସ୍ତୁତ ବିଭିନ୍ନ ଗୃହସଜ୍ଜା ସାମଗ୍ରୀର ନିର୍ମାଣ ଶୈଳୀ ପ୍ରଦର୍ଶନ କରି ପ୍ରଶଂସିତ ହେଉଛନ୍ତି । ଗତକାଲି ସୁଦ୍ଧା ୭ ଦିନ ମଧ୍ୟରେ ଓର୍‌ମାସ୍‌ର ୪ଟି ଷ୍ଟଲରେ ୧୦ ଲକ୍ଷ ୫୩ ହଜାର ୯୬୦ ଟଙ୍କାର ବ୍ୟବସାୟ ହୋଇଛି ।

Leave A Reply

Your email address will not be published.