ନାଲକୋରେ ଜନଜାତୀୟ ଗୌରବ ଦିବସ ଉଦଯାପିତ

National Glory Day is observed at Nalco

0 86

ଅନୁଗୁଳ, : ନାଲକୋର ୱେକ୍ଟର ଓ ପାୱାର କମ୍ପେକ୍ସ ଅନୁଗୁଳ ଠାରେ ପାଳନ ହେଉଥିବା ଜନଜାତୀୟ ଗୌରବ ଦିବସ ଉଦ୍‌ଯାପିତ ହୋଇଯାଇଛି । ଭାରତ ସରକାରଙ୍କ ଦ୍ୱାରା ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଦିବସକୁ ସବୁବର୍ଷ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆହୋଇଛି । ଏହି ଅବସରରେ ନାଲକୋ ଏସଆଣ୍ଡପି କମ୍ପେକ୍ସ ତରଫରୁ ନଭେମ୍ବର ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯକ୍ରମ କରାଯାଇଥିଲା । ଶହୀଦ ବୀର୍ସା ମୁଣ୍ଡକୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଛାତ୍ରଛାତ୍ରୀ ଓ ସମାଜ ତଥା ଯୁବପିଢୀଙ୍କ ମନରେ ଶହୀଦ ବୀର୍ସା ମୁଣ୍ଡାଙ୍କର ଦେଶ ଓ ଜନଜାତି ସମାଜ ପ୍ରତି ଅବଦାନକୁ ମନେ ପକାଇବା ପାଇଁ ବିଭିନ୍ନ ପ୍ରତିଯୋଗୀତା ଯଥା ଚିତ୍ରଅଙ୍କନ, ବକ୍ତୃତା, ରଚନା ଲିଖନ ଇତ୍ୟାଦି ଆୟୋଜନ କରାଯାଇଥିଲା । ମହିଳା ମାନଙ୍କର ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଶରଚାଳନା ପ୍ରତିଯୋଗୀତା ଇତ୍ୟାଦି ଆୟୋଜନ କରାଯାଇଥିଲା । ନଭେମ୍ବର ୨୨ ତାରିଖ ଦିନ ଏହି ସମାରୋହର ଉଦଯାପନ ଦିବସ ପାଳନ ହୋଇଥିଲା । ନାଲକୋର ମୁଖ୍ୟ ସତର୍କତା ଅଧ୍ୟାକାରୀ (ସିଭିଓ) ସୋମନାଥ ହଂସଦା ଏହି ଉଦଯାପନ ଦିବସରେ ମୁଖ୍ୟ ଅତିଥୁ ରୂପେ ଯୋଗ ଦେଇଥିଲେ, ତତସହିତ ଧରମବିର ମୋହନ ସିଂହ, ସହାୟକ ପ୍ରଫେସର, କେଉଁଝର ମହିଳା ମହାବିଦ୍ୟାଳୟ ମୁଖ୍ୟବକ୍ତା ରୂପେ ଯୋଗଦାନ ଦେଇଥିଲେ । ନାଲକୋ ସ୍ମେଲ୍ଟର ଓ ପାୱାର କମ୍ପେକ୍ସର ଇଡ଼ି ଅମିୟ କୁମାର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦାନ ଦେଇଥିଲେ । ସମସ୍ତ ବରେଣ୍ୟ ଅତିଥ୍‌ ଶହୀଦ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ କାର୍ଯକ୍ରମ ଆରମ୍ଭ ହୋଇଥିଲା । ଅନ୍ୟାନ୍ୟ ଗଣମାନ୍ୟ ଅତିଥି ରୂପେ ଜିଜିଏମ ସତ୍ୟବାଦୀ ମିଶ୍ର, ଶ୍ରୀ ଏସଏସ ନରେଲ୍ଲା ଓ ଜିଏମ ସୁଗାତୋ ବାସୁ ଓ ଜିଏମ ତଥା ଲିୟାସନ ଅଫିସର ଚନ୍ଦ୍ରମୋହନ ମହାନ୍ତ ବିଶେଷ ରୂପେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ହଂସଦା ଉପସ୍ଥିତ ଭଦ୍ରମଣ୍ଡଳୀଙ୍କୁ ଉଦବୋଧନ ଦେଇ ଶହୀଦ ବୀର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ ଓ ଯୁବବର୍ଗଙ୍କୁ ସାମାଜିକ ବ୍ୟବସ୍ତାରେ ନିଜର ଯୋଗଦାନ ପାଇଁ ଆଗେଇ ଆସିବା ପାଇଁ ମତ ପୋଷଣ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ସିଂହ ମଧ୍ୟ ସାଂପ୍ରତିକ ସ୍ଥିତିରେ ଶହୀଦ ବୀର୍ସା ମୁଣ୍ଡାଙ୍କ ଆଦର୍ଶର ସମୟ ସାପେକ୍ଷତା ରହିଛି ବୋଲି, ସମାବେଶ ଶ୍ରୋତାଙ୍କୁ କହିଥିଲେ । ଅନ୍ୟାନ୍ୟ ସମସ୍ତ ବରେଣ୍ୟ ଅତିଥ୍‌ ଏହି ଅବସରରେ ନିଜନିଜ ମତ ରଖ୍‌ ଏହି ଜନାଜାତିୟ ଗୌରବ ଦିବସକୁ ସାଫଲ୍ୟ କରିବାରେ ଯୋଗଦାନ ଦେଇଥିଲେ । ଉଦଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତାରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ତଥା ମହିଳା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ବିଭିନ୍ନ ପାଶ୍ୱର୍ବର୍ତ୍ତି ଅଞ୍ଚଳର କଳାକାର ମାନେ ସକୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ନାଲକୋ ଏସସି/ଏସଟି କର୍ମଚାରୀ ୱେଲଫେୟର ଆସୋସିଏସନର ପ୍ରେସିଡେନ୍ଟ ଓ ଜେନରେଲ ସେକ୍ରେଟାରୀଙ୍କ ନେତୃତ୍ୱରେ ଆସୋସିଏସନର ମେମ୍ବରମାନେ ସଫଳତାର ସହ ଏହି ଉତ୍ସବକୁ ଆୟୋଜନ କରିଥିଲେ ।

Leave A Reply

Your email address will not be published.