ସ୍ୱିଗି ଓ ଜୋମାଟୋକୁ ୫୦୦କୋଟିର ଜିଏସଟି ନୋଟିସ

500 crore GST notice to Swiggy and Zomato

0 81

ନୂଆଦିଲ୍ଲୀ: ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ପୈଠ ନକରିବା ଓ ଜିଏସଟି ନିୟମକୁ ପାଳନ ନକରିବା ଘଟଣାକୁ ନେଇ କିଛିଦିନ ହେବ ଅନେକ କମ୍ପାନିକୁ ନୋଟିସ ପଠାଯାଉଛି । ଏହି କ୍ରମରେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ୱିଗିଜୋମାଟୋକୁ ବି ନିକଟରେ ଜିଏସଟି ନୋଟିସ ପଠାଯାଇଛି । ଏହି ନୋଟିସ ପରେ ଦୁଇ କମ୍ପାନିକୁ ନେଇ ବିବାଦ ବଢିବାରେ ଲାଗିଛି । ଲୋକେ ଏହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ନିକଟରେ ଡିଜିଜିଆଇ ସ୍ୱିଗିଜୋମାଟୋ କମ୍ପାନିକୁ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପଠାଇଛି । ଟିକସ ଅଧିକାରୀଙ୍କ କହିବାନୁସାରେ, ସ୍ୱିଗି-ଜୋମାଟୋ ଦୁଇଟି କମ୍ପାନି ପକ୍ଷରୁ ଯେଉଁ ଫୁଡ଼ ଡେଲିଭରି କରାଯାଏ ସେଥିରେ ଡେଲିଭରି ଚାର୍ଜ ବି ଗ୍ରାହକଙ୍କ ଠାରୁ ନିଆଯାଏ । ଏହି ଦୁଇ କମ୍ପାନି ଏପରି ଡେଲିଭରି ଚାର୍ଜ ନେଇ ସେମାନଙ୍କ ରାଜସ୍ୱ ଉତ୍ପାଦନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଏନେଇ ଟିକସ ଅଧିକାରୀମାନେ ଏହି ମାମଲାରେ ପ୍ରାୟ ୧୦୦୦ କୋଟି ଟଙ୍କା ହେରଫେର ଥିବା କହିଛନ୍ତି । ତେଣୁ ଯେବେଠାରୁ କମ୍ପାନି ସେବା ଦେବା ଆରମ୍ଭ କରିଛି ସେବେଠାରୁ ସଂଗୃହୀତ ଡେଲିଭରି ଫିସ ଉପରେ ୧୮% ଟିକସ ସ୍ୱରୂପ ଲାଗୁ କରାଯାଇ ଦୁଇ କମ୍ପାନିକୁ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପଠାଯାଇଛି ।ଏହି ଘଟଣାକୁ ନେଇ ଜୋମାଟୋ ଏବଂ ସ୍ୱିଗି କହିଛନ୍ତି, ଡେଲିଭରି ଦେଉଥିବା ବ୍ୟକ୍ତିଙ୍କ ଯିବା ଆସିବା ଖର୍ଚ୍ଚ ପାଇଁ କମ୍ପାନି “ଡେଲିଭରି ଚାର୍ଜ’ ନେଇଥାଏ ।

Leave A Reply

Your email address will not be published.