ସୁରକ୍ଷା କର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ୪ ଯବାନ ଶହୀଦ

Security personnel-terrorist encounter: 4 Javanese martyrs

0 84

ଜାମ୍ମୁ କାଶ୍ମୀର: ଆଜି ଜାମ୍ମୁ କାଶ୍ମୀରର ରାଜୋରୀ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଦୁଇ ସୈନିକ ସହିଦ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ସୂଚନା ଅନୁସାରେ, ଆଜି ସକାଳ ୯ ଟାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇଥିଲା ସେନା । ଏହା ପରେ ସର୍ଚ୍ଚଅପରେସନ୍‌ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ମାଡ କରିଥିଲେ । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀ ଏବଂ ଜଣେ ସୈନିକ ଶହୀଦ ହୋଇଛନ୍ତି । ଜଣେ ସୈନିକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଉଦ୍ଧାମପୁରକୁ ନିଆଯାଇଛି । ଆହତ ସୈନିକଙ୍କ ବାହୁ ଏବଂ ଛାତିରେ ଆଘାତ ଲାଗିଛି । ୯ ଘ ଅଧିକ ସମୟ ଧରି ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଯାହାଫଳରେ ଆତଙ୍କ ବାଦୀମାନେ ରକ୍ଷା ପାଇପାରିବେ ନାହିଁ । କୁହାଯାଉଛି ଯେ ରାଷ୍ଟ୍ରିୟ ରାଇଫଲ୍ସର ଜଣେ କ୍ୟାପଟେନ ଏବଂ ଅନ୍ୟ ଜଣେ କ୍ୟାପଟେନ ପାରାସୁଟର ଏହି ଘଟଣାରେ ଶହୀଦ ହୋଇଛନ୍ତି । କିଛିଦିନ ପୂର୍ବରୁ କୁଲଗାମରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଥିଲେ । ଆତଙ୍କବାଦୀମାନେ ରକେଟ୍‌ ଲଞ୍ଚର ସହିତ ଲୁଚି ରହିଥିବା ଘରକୁ ସୈନିକମାନେ ବିସ୍ଫୋରଣ କରିଥିରିଲେ । ସେନା ଦ୍ୱାରା ହୋଇଥିବା ଏହି ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । କୁଲଗାମ ପୋଲିସ, ସେନାର ମିଳିତ ଅପରେସନରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ଘଟଣା ସ୍ଥଳରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । କାଶ୍ମୀର ଜୋନ୍‌ ପୋଲିସ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ କହିଛି ଯେ କୁଲଗାମର ଦାମହଲ ହାନଜୀ ପୋରା ଅଞ୍ଚଳରେ ଗୁରୁବାର ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଗତକାଲିଠାରୁ ସୁରକ୍ଷା ବାହିନୀ ହି କିଛି ଆତଙ୍କବାଦୀଙ୍କୁ ଘେରି ରହିଥିଲେ । ଉଭୟ ପାଶ୍ୱର୍ରୁ ଲଗାତାର ଗୁଳି ବିନିମୟ ହୋଇଥିଲା ।

Leave A Reply

Your email address will not be published.