ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟିତ

The country's first AIFF-FIFA Academy has been inaugurated

0 70

ଭୁବନେଶ୍ୱର, ୨୨ା୧୧ : ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ବହୁ ପ୍ରତୀକ୍ଷିତ ବିଶ୍ୱସ୍ତରୀୟ ଏକାଡେମି ଭୁବନେଶ୍ୱରରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି । ଫିଫା ପ୍ରତିଭା ବିକାଶ ଯୋଜନା (ଟିଡିଏସ୍‌) ଅଧୀନରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫୁଟବଲ୍‌ ଏକାଡେମିଠାରେ ଖୋଲାଯାଇଛି ଏଆଇଏଫ୍‌ଏଫ୍‌- ଫିଫା ଟ୍ୟାଲେଣ୍ଟ୍‌ ଏକାଡେମି । କଳିଙ୍ଗ ଷ୍ଟାଡିୟମରେ ଭାରତ-କତର ଫିଫା ବିଶ୍ୱକପ୍‌ ୨୦୨୬ ଓ ଏଏଫସି କପ୍‌ ସାଉଦି ଆରବିଆ ୨୦୨୭ ପ୍ରିଲିମିନାରି ଯୁଗ୍ମ କ୍ୱାଲିଫିକେସନ ରାଉଣ୍ଡ-୨ ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଏକାଡେମିରେ ଦେଶରୁ ୫୦ ଜଣ ୧୪ ବର୍ଷରୁ କମ୍‌ ବୟସ ବର୍ଗର ପ୍ରତିଭାବାନ ଖେଳାଳି ମନୋନୀତ ହୋଇ ପ୍ରଶିକ୍ଷଣ ନେବେ । ସେଥିରେ ଓଡ଼ିଶାରୁ ୧୫ ଜଣ ମଧ୍ୟ ସାମିଲ ହେବେ । ଏହି ଏକାଡେମି ଜଣେ ଫିଫା ନିଯୁକ୍ତ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ରହିବାକୁ ଥିବାବେଳେ ଅନ୍ୟ ପ୍ରଶିକ୍ଷକ ଓ ଷ୍ଟାଫ୍ଲୁ ଏଆଇଏଫଏଫ ଓ ଓଡ଼ିଶା ସରକାର ଯୋଗାଇଦେବେ । ଫୁଟବଲକୁ ଯୁବ ପଢି ମଧ୍ୟରେ ଲୋକପ୍ରିୟ କରାଇବା ସହ ଭବିଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଆମ ଲକ୍ଷ୍ୟ ରହିଛି । ଏଭଳି ଏକାଡେମି ପ୍ରତିଷ୍ଠା କରିବାରେ ଫିଫା ଓ ଏଆଇଏଫ୍‌ଏଫର ସହଯୋଗ ପାଇଁ ମୁଁ ବହୂତ ଖୁସି । ଫୁଟବଲ୍‌ ପ୍ରକଳ୍ପ ଗୁଡିକୁ ସରକାର ସମର୍ଥନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଥିଲେ । ସର୍ବଭାରତୀୟ ଫୁଟବଲ୍‌ ସଂଘ ସଭାପତି କଲ୍ୟାଣ ଚେବେ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ୍‌ କ୍ରିଷ୍ଣା ଉପସ୍ଥିତ ଥିଲେ । ଏହା ପୂର୍ବରୁ ଓଡ଼ିଶା ଫୁଟବଲ୍‌ ଏକାଡେମିଠାରେ ଏଥିଲାଗି ଫିଫାର ବିଶ୍ୱ ଫୁଟବଲ୍‌ ବିକାଶ ମୁଖ୍ୟ ଆର୍ସେନ ୱେଙ୍ଗରଙ୍କ ଉପସ୍ଥିତିରେ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା ସରକାର ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି । ବୁଝାମଣାପତ୍ରରେ ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ଓ କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା ସ୍ୱାକ୍ଷର କରିଛନ୍ତି । ଏହି ସମୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ଚୌବେ କହିଛନ୍ତି, ଭାରତୀୟ ଫୁଟବଲର ଉନ୍ନତି ପାଇଁ ସହଯୋଗ କରିଥିବାରୁ ଓଡ଼ିଶା ସରକାର ଓ ଫିଫାକୁ ଧନ୍ୟବାଦ ଦେଉଛି ।

Leave A Reply

Your email address will not be published.