ନିଶାରେ ଅପରାଧ ଘଟାଇଥିବା ଦର୍ଶାଇଲେ ମଧ୍ୟ ଦଣ୍ଡାଦେଶରୁ ମିଳିବନି ମୁକ୍ତ

Even if you show that you committed the crime while intoxicated, you will not be exempted from punishment

0 101

ନୂଆଦିଲ୍ଲୀ,୨୩ା୧୧: ସୁପ୍ରିମକୋର୍ଟ କହିଛନ୍ତି ମଦ୍ୟପାନ କରି ନିଶାରେ ଥିବା ସମୟରେ ଏହି ଅପରାଧ ହୋଇଛି ବୋଲି ଯୁକ୍ତି କରି ଦଣ୍ଡକୁ ଏଡାଯାଇପାରିବ ନାହିଁ । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କ ଆବେଦନକୁ ଶୀର୍ଷକୋର୍ଟ ଖାରଜ କରି ଏଭଳି କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ହାଇକୋର୍ଟ ଦଣ୍ଡିତ କରିଥିଲେ । ଜଷ୍ଟିସ ଅଭୟ ଏସ ଓକା ଏବଂ ପଙ୍କଜ ମିଥାଲଙ୍କ ଏକ ବେଞ୍ଚ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆବେଦନରେ ସେ ଘଟଣା ସମୟରେ ୩୦ ମେ ୨୦୦୭ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ତେଣୁ ସେ କଣ କରୁଛନ୍ତି ତାହା ଜାଣିବା ସ୍ଥିତିରେ ନ ଥିଲେ । ମହେନ୍ଦ୍ର ଏବଂ ନହ୍ନେ ପରସ୍ପର ସହ ଝଗଡା କରିଥିଲେ । ଅନ୍ୟ ଲୋକଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତ ନହ୍ନେ ସେଠାରୁ •ଲିଯାଇଥିଲେ । କିନ୍ତୁ ଘଟଣାସ୍ଥଳରୁ ୧୫ରୁ ୨୦ ପାଦ •ଲିବା ପରେ ସେ ପଛକୁ ଫେରି ଦେଶୀ ପିସ୍ତଲରୁ ଗୁଳି ଚଳାଇଥିଲେ । ଏହା ଅନ୍ୟ ଜଣେ ବ୍ୟକ୍ତି ସଦ୍ଦାମ ହୁସେନଙ୍କୁ ଲାଗିଥିଲା । ତାଙ୍କର ମୃତ୍ୟୁ ଘଟିଥିଲା । ବେଞ୍ଚ କହିଛନ୍ତି ମଦ୍ୟପାନ ଏବଂ ତାଙ୍କ କାର୍ଯ୍ୟର ପ୍ରକୃତି ଜାଣିବାରେ ଅସମର୍ଥତା ଯୋଗୁ ଆଇପିସିର ଧାରା ୮୬ଏହି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଥାଏ । ମାତ୍ର ଏଭଳି ଯୁକ୍ତି ଦର୍ଶାଇ ଆଇନ ହାତରୁ ଖସି ହେବ ନାହିଁ ।

Leave A Reply

Your email address will not be published.