୨୫ରୁ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ

Keith International School National Children's Literature Festival from 25

0 82

ଭୁବନେଶ୍ୱର, : କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ୯ମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଆସନ୍ତା ନଭେମ୍ବର ୨୫ ଏବଂ ୨୬ ଦୁଇଦିନ ଧରି ଅନୁଷ୍ଠିତ ହେବ । ସ୍କୁଲ ପିଲାମାନଙ୍କ ପାଇଁ ଏଭଳି ଜାତୀୟ ସ୍ତରୀୟ ଶିଶୁ ସାହିତ୍ୟ ମହୋତ୍ସବ ଆୟୋଜନ କରିବାରେ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ହେଉଛି ଭାରତର ପ୍ରଥମ ଓ ଏକମାତ୍ର ସ୍କୁଲ୍‌ । ଏହି ମହୋତ୍ସବରେ ସମଗ୍ର ଦେଶର ୭୫ଟି ସ୍କୁଲ୍‌ରୁ ୧୦୦୦ରୁ ଊଦ୍ଧ୍ୱର୍ଛା ତ୍ରଛାତ୍ରୀ ଯୋଗଦେବେ । ଏହି ଦୁ୍‌ଇ ଦିନିଆ ମହୋତ୍ସବରେ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେର୍‌ପା ଅମିତାଭ କାନ୍ତ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତକାର୍‌ ତଥା ତିନିଥର ଗ୍ରାମୀ ପୁରସ୍କାର ବିଜେତା ଡ. ରିକି କେଜ୍‌ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ପଦ୍ମଭୂଷଣ ରସ୍କିନ୍‌ ବଣ୍ଡ ଭର୍ଚୁଆଲ୍‌ରେ ଯୋଗ ଦେବେ । ଶିଶୁମାନଙ୍କ ରଚନାତ୍ମକ କଳାର ବିକାଶ ନିମନ୍ତେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଏହା ଏକ ଅଭିନବ ପରିକଳ୍ପନା । ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ର ଚେୟାରପର୍ସନ ଡ. ମୋନା ଲିସା ବଳ ୨୦୧୩ ମସିହାରେ ଅତି ସୁନ୍ଦର ଭାବେ ଆୟୋଜନ କରି ଆସୁଛନ୍ତି । କିଟ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଭାରତର ଅନ୍ୟତମ ଶ୍ରେଷ୍ଠ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ ଭାବେ ବେଶ ଖ୍ୟାତି ଅର୍ଜନ କରିଛି । ଏହି ସ୍କୁଲ୍‌ରେ ସିବିଏସ୍‌ଇ, ଆଇବିଡିପି ଓ ଆଜିସିଏସ୍‌ଇ ଅନ୍ତର୍ଜାତୀୟ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି । ୨୦୧୩ରୁ ଆରମ୍ଭ ହୋଇଥିବା ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ସ୍କୁଲ୍‌ ପିଲାଙ୍କ ମଧ୍ୟରେ ଖୁବ୍‌ ଆଦୃତ ହୋଇଛି । ଗତ ୯ବର୍ଷ ମଧ୍ୟରେ ଏହି ମହୋତ୍ସବରେ ଦେଶର ବହୁ ବିଶିଷ୍ଟ ଲେଖକ, ଶିଶୁ ସାହିତ୍ୟିକ, କବି ଓ କଳାକାଳ ଆଦି ଯୋଗଦେଇ କୁନି ଲେଖକମାନଙ୍କୁ ଉତ୍ସାହିତ କରିଆସୁଛନ୍ତି । ଦୁଇଦିନ ବ୍ୟାପୀ ଏହି
ମହୋତ୍ସବରେ ବାକ୍‌ ସ୍ୱାଧୀନତା, ରାଜନୀତି, ହିଂସା, ପରିବେଶ, ଅଧ୍ୟାତ୍ମ ଆଦି ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ସ୍ୱତନ୍ତ୍ର ଅଧିବେଶନରେ ଖ୍ୟାତି ସମ୍ପନ୍ନ ଲେଖକ ଆନନ୍ଦ ନୀଳକଣ୍ଠନ, ସୁଦୀପ ନାଗରକର, ଷ୍ଟୋରୀ ଟେଲର୍‌ ଗୀତା ରାମାନୁଜମ ଓ ପ୍ରାକ୍ତନ କ୍ରିକେଟର ମହମ୍ମଦ କୈଫ ପ୍ରମୁଖ ଯୋଗଦେବେ । ଏହି ଅବସରରେ ବିଶିଷ୍ଟ,ଅଭିନେତା ତଥା କଣ୍ଠଶିଳ୍ପୀ ପ୍ରିନ୍‌ସ ନରୁଲା ପ୍ରେରଣାଦାୟୀ ବକ୍ତୃତା ପ୍ରଦାନ କରିବେ । ଏହ ସହ ଫ୍ଲାସ୍‌ମବ୍‌, ନୃତ୍ୟ କର୍ମଶାଳା, ଷ୍ଟୋରୀ ଟେଲିଂ ପ୍ରତିଯୋଗିତା, କୁଇଜ ପ୍ରତିଯୋଗିତା ମହମବତୀ ତିଆରି କର୍ମଶାଳ ଆଦି ଅନୁଷ୍ଠିତ ହେବ । ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ପ୍ରଚ୍ଛଦପଟ୍ଟ ଗାୟକ ଅଙ୍କିତ ତିୱାରୀଙ୍କ ସଂଗୀତ ପରିବେଷଣ କରିବେ । ଇତି ମଧ୍ୟରେ ସ୍କୁଲ୍‌ରେ ୩ରୁ ୧୦ବର୍ଷ ବୟସର ଶିଶୁଙ୍କ ପାଇଁ ଲିଟ୍‌-ଓ-ଫେଷ୍ଟ ଆୟୋଜନ କରାଯାଇଛି । ଏଥିରେ ପିଲାମାନେ ପପେଟ୍‌ ମେକିଂ, କ୍ଲେ ମଡେଲିଂ, ଫେସ୍‌ ପେଣ୍ଟିଂ, ହ୍ୟୁମାନ ଲାଇବ୍ରେରୀ, ଷ୍ଟୋରୀ ଟେଲିଂ ଓ ୱାର୍ଡ ସର୍ଚ୍ଚ ଆଦିର ମଜା ନେଉଛନ୍ତି ।

Leave A Reply

Your email address will not be published.