ଜାମ୍ମୁ-କାଶ୍ମୀରରେ ଆଉ ଜଣେ ଯବାନ ଶହୀଦ

Another Javanese Martyr in Jammu and Kashmir

0 76

ଶ୍ରୀନଗର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟରରେ ଗୁରୁବାର ପୁଣି ଜଣେ ଯବାନ ଶହୀଦ ହୋଇଛନ୍ତି । ଗତକାଲି ୪ ଜଣ ଶହୀଦ ହୋଇଥିଲେ । ଆଜି ଆଉ ଜଣେ ସହିଦ ହେବା ପରେ ଏପର୍ଯ୍ୟନ୍ତ ୫ ସୁରକ୍ଷାକର୍ମୀ ସହିଦ ହେଲେଣି । ଗତକାଲି କ୍ୟାପ୍ଟେନ ସ୍ତରର ଦୁଇ ଅଧିକାରୀଙ୍କ ସମେତ ୨ ଯବାନ ସହିଦ ହୋଇଥିଲେ । ଆଜି ସକାଳେ ପୁଣିଥରେ ଏନ୍‌କାଉଣ୍ଟର ଆରମ୍ହୋ ଇଥିଲା । ଏଥିରେ ଆଉ ଜଣେ ଯବାନ ଶହୀଦ ହୋଇଛନ୍ତି । ଏନ୍‌କାଉଣ୍ଟରରେ ଆହତମାନଙ୍କୁ ଉଦ୍ଧମପୁରର ଆର୍ମି କମାଣ୍ଡ ହସ୍‌ପିଟାଲ୍‌ରେ ସ୍ଥାନାନ୍ତର କରାଯାଇଥିଲା । ଏବେବି ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଆହୁର ଅଧିକ ଯବାନଙ୍କୁ ପଠାଯାଇଛି । ୧୬ କୋର କମାଣ୍ଡର ଏବଂ ଜାତୀୟ ରାଇଫଲ୍ସର ରୋମିଓ ଫୋର୍ସ କମାଣ୍ଡର ଅପରେସନକୁ ତୀକ୍ଷ୍ନ ନଜର ରଖିଛନ୍ତି । ପୋଲିସ୍‌ର ସୂଚନା ଅନୁଯାୟୀ ଧର୍ମଶାଳାର ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁକାଶ୍ମୀର ପୋଲିସ୍‌ ମିଳିତ ଭାବରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ସମୟରେ ସମୟରେ ଗୁଳିମାଡ଼ ହୋଇଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ ବାଜିମାଲରେ ମୁହାଁମୁହିଁସ୍ଥାନରେ ଧରାପଡ଼ିଥିବା ଦୁଇ ଆତଙ୍କବବାଦୀ ବିଦେଶୀ ନାଗରିକ ବୋଲି ଜଣା ପଡ଼ିଛି । ଆତଙ୍କବାଦୀ ଭୌଗୋଳିକ ସ୍ଥିତିର ଲାଭ ଉଠାଇ ନିଜ ସ୍ଥିତିକୁ ଲୁଚାଇବାପାଇଁ ଜଙ୍ଗଲର ବ୍ୟବହାର କରୁଛନ୍ତି । ଆତଙ୍କବାଦୀ ନିଜର ସ୍ଥାନ ଲୁଚାଇବାକୁ ଦୁର୍ଗମ ପାହାଡ଼, ଘଞ୍ଚ ଜଙ୍ଗଲ ଏବଂ ଆଲପାଇନ ଜଙ୍ଗଲର ଫାଇଦା ଉଠାଉଛନ୍ତି ।

Leave A Reply

Your email address will not be published.