ଆଇପିଏଲ୍‌ ୨୦୨୪: ଗୁଜୁରାଟ୍‌ ଟାଇଟନ୍ସର ନେତୃତ୍ୱ ନେବେ ଶୁଭମନ୍‌

IPL 2024: Shudhaman to lead Gujarat Titans

0 79

ମୁମ୍ବାଇ: ଗିଲ୍‌ଙ୍କ ମୁଣ୍ଡରେ ତାଜ୍‌ । ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେବେ ଶୁଭମନ୍‌ ଗିଲ୍‌ । ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଯିବା ପରେ ଶୁଭମନ୍‌ ଗିଲ୍‌ଙ୍କୁ ଏହି ଦାୟିତ୍ୱ ମିଳିଛି । ୨୦୨୪ ସିଜିନ୍‌ରେ ଟିମ୍‌ର ଲିଡ୍‌ ନେବେ ଶୁଭମନ୍‌ । ଖବର ଅନୁଯାୟୀ, ଆଇପିଏଲ୍‌ ୨୦୨୪ ସିଜିନ୍‌ ପାଇଁ ସଜବାଜ ହେଲେଣି ସମସ୍ତ ପ୍ରାଞ୍ଚାଇଜ୍‌ । ଏହିକ୍ରମରେ ଶନିବାର ଦିନ ଧାର୍ଯ୍ୟ ତାରିଖ ଅନୁସାରେ ସମସ୍ତ ପ୍ରାଞ୍ଚାଇଜ୍‌ ନିଜ ନିଜ ଖେଳାଳିଙ୍କ ରିଟେନ୍‌ ଏବଂ ରିଲିଜ ତାଲିକା ପ୍ରକାଶ କରିଛନ୍ତି । ହାର୍ଦ୍ଦିକଙ୍କୁ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଭାବେ ରିଟେନ୍‌ କରିଥିଲା । କିନ୍ତୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଯିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଫଳରେ ୧୫ କୋଟିର ଟ୍ରେଡ୍‌ରେ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସାମିଲ ହୋଇଛନ୍ତି । ତେଣୁ ହାର୍ଦ୍ଦିକ ଗୁଜୁରାଟ ଟାଇଟନ୍ସ ଛାଡିବା ପରେ ଅଧିନାୟକ ପଦ ଖାଲି ରହିଥିଲା । ତେଣୁ ତାଙ୍କ ବଦଳରେ କିଏ ଅଧିନାୟକ ହେବ, ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା । ଏପିରିକି ନ୍ୟୁଜିଲାଣ୍ଡ ବ୍ୟାଟର କେନ୍‌ ୱିଲିୟମସନ୍‌ଙ୍କୁ ଅଧିନାୟକ ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏହି ସବୁ ଚର୍ଚ୍ଚାରେ ଅନ୍ତ ଲଗାଇଛି ଗୁଜୁରାଟ୍‌ ଟାଇଟନ୍ସ ପ୍ରାଞ୍ଚାଇଜ । ଆଉ ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ଙ୍କ ଉପରେ ଭରସା କରିଛି ପ୍ରାଞ୍ଚାଇଜ୍‌ । ଆଗାମୀ ସିଜିନ୍‌ ଗୁଜୁରାଟ ଟାଇଟନ୍ସର ଅଧିନାୟକ ଭାର ସମ୍ଭାଳିବା ନେଇ ଗୁଜୁରାଟ ଟାଇଟନ୍ସର ଅଫିସିଆଲ୍‌ (ଟ୍ୱିଟ୍‌ର) ଆକାଉଣ୍ଟରୁ ସେୟାର ହୋଇଛି ।୨୪ ବର୍ଷୀୟ ଯୁବ ବ୍ୟାଟର ଶୁଭମନ୍‌ ଗିଲ୍‌ । ଖୁବ କମ୍‌ ଦିନରେ ବିଶ୍ୱ କ୍ରିକେଟ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏପିରିକି ୨୦୨୨ ଏବଂ ୨୦୨୩ ସିଜିନ୍‌ରେ ଗୁଜୁରାଟ ଟାଇଟନ୍ସ ପାଇଁ ସବୁଠୁ ଅଧିନ ରନ୍‌ ସଂଗ୍ରହ କରିବା ତାଲିକାରେ ସବୁଠୁ ଆଗରେ ରହିଛନ୍ତି । ୨୦୨୩ ସିଜିନ୍‌ରେ ସର୍ବାଧିକ ଶତକ ମଧ୍ୟ ମାରିବାର ରେକର୍ଡ ଶୁଭମନ୍‌ଙ୍କ ନାଁରେ ରହିଛି । ବର୍ତ୍ତମାନ ସୁଦ୍ଧା ଗିଲ୍‌ ୯୧ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ସେ ୨୭୯୦ ରନ୍‌ ସଂଗ୍ରହ କରିଛନ୍ତି । ଆଉ ଏଥିରେ ୧୨୯ ରନ୍‌ ତାଙ୍କର ସର୍ବାଧିକ ରନ୍‌ ରହିଛି । ଆଇପିଏଲ୍‌ କ୍ୟାରିୟରରେ ମୋଟ ୩ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଇପିଏଲ୍‌ କ୍ୟାରିୟରରେ ଗିଲ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୩୪.୦୭ ରହିଛି ।

Leave A Reply

Your email address will not be published.