ଚାଇନାରେ ସଙ୍କଟ: ଓଡିଶା ଆଲର୍ଟ |

Crisis in China: Odisha Alert

0 93

ଭୁବନେଶ୍ୱର,୨୮ା୧୧(ଡିକେ ନ୍ୟୁଜ): ଚୀନ୍‌ରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଯଦିଓ ଏ ଭାଇରସ୍‌ ଏଚ୍‌୯ଏନ୍‌୨ ନୂଆ ନୁହେଁ । କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ତେବେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢେ଼ଇବା ସହ ପ୍ରତି ଜିଲ୍ଲାରେ କୋଭିଡ୍‌ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍‌ ଟେଷ୍ଟ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି । ଆରଏମଆରସି ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍‌ ରାଜ୍ୟରେ ନୂଆ ଭାଇରସ୍‌ ତଥ୍ୟ ନାହିଁ । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍‌ ସଂରକ୍ଷିତ ରଖିବା ସହ ମ୍ୟାନ୍‌ ପାୱାର୍‌, ମେଡିସିନ ଓ ଟେଷ୍ଟିଂ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି । ଭୂତାଣୁ କିଛି ନୂଆ ନୁହେଁ ବୋଲି ଡବ୍ଲ୍ୟୁଏଚ୍‌ଓ ମଧ୍ୟ କହିସାରିଛି । ତଥାପି ଯେଉଁମାନଙ୍କୁ ଥଣ୍ଡା, କାଶ ହେଉଛି ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍‌ କରିଛି ।

Leave A Reply

Your email address will not be published.