ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା

There is a risk of flooding along the Andhra-South Odisha coast

0 69

ଭୁବନେଶ୍ୱର,୨୮ା୧୧ : ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡମାନ ପାଶ୍ୱର୍ବର୍ତ୍ତୀ ମଲାକା ରାଜ୍ୟରେ ଲଘୁ•ପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ସ୍ପଷ୍ଟ ସୂଚନା ନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । ବୁଧବାର ଲ୍ୟାଣ୍ଡଫଲ୍‌ ନେଇ ସ୍ପଷ୍ଟ ସୂଚନା ମିଳିପାରିବ । ସମସ୍ତ ସିଷ୍ଟମ୍‌ ଉପରେ ଭାରତୀୟ ପାଣିପାଗ ବିଭାଗ ସ୍ୱତନ୍ତ୍ର ନଜର ରଖିଛି । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲା ପାଇଁ ସତର୍କତା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଛନ୍ତି ଏସ୍‌ଆର୍‌ସି । ଆସନ୍ତା ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ୨ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ହେବା ସମ୍ଭାବନା ରହିଛି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବା ସହ ଫେରିବାକୁ ପରାମର୍ଶ ଦିଆଯାଇଛି । ଦକ୍ଷିଣ ଆଣ୍ଡମାନ ସାଗର ପାଶ୍ୱର୍ବର୍ତ୍ତୀ ମାଲକା ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁ•ପ ବର୍ତ୍ତମାନ ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଆଣ୍ଡମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୩୦ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତର ରୂପ ନେବ । ପରବର୍ତ୍ତୀ ସମୟରେ ଉତ୍ତର ପଶ୍ଚିମ ଦିଗରେ ଗତି ରହିବ । ପରେ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବର ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ । ତେବେ ଏହାର ପ୍ରଭାବ ଆସନ୍ତା ୫ ଦିନ ଯାଏଁ ନାହିଁ । କିନ୍ତୁ ଡିସେମ୍ବର ୧ରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ସର୍ବାଧିକ ୬୦ କିଲୋମିଟର ଘଣ୍ଟା ପ୍ରତି ରହିବ । ପରବର୍ତ୍ତୀ ସମୟରେ ବୃଦ୍ଧି ପାଇ ୫୦ରୁ ୬୦ ସର୍ବାଧିକ ୭୦ କିଲୋମିଟର ଘଣ୍ଟା ପ୍ରତି ରହିବ । ତେଣୁ ୧ ତାରିଖ ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ଗଭୀର ମଧ୍ୟକୁ ଯିବାକୁ ବାରଣ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ ।

Leave A Reply

Your email address will not be published.