ପ୍ରଥମ ଥର ଲିଥିୟମ ଓ ଗ୍ରାଫାଇଟ୍‌ ଭଳି ଖଣିଜର ହେବ ନିଲାମ

For the first time, minerals like lithium and graphite will be auctioned

0 62

ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ୨୦ ଗୁରୁତ୍ୱପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ । ଏନେଇ ଖଣି ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଅନଲାଇନ ନିଲାମ ପକ୍ରିୟା ଲଞ୍ଚ କରିବେ । ଖୁବ୍‌ ପାରଦର୍ଶୀ ଭାବରେ ଅନଲାଇନ ନିଲାମ କରାଯିବ । ଦେଶରେ ଥିବା ସମୁଦାୟ ୨୦ ଟି ମହତ୍ୱପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ । ଖଣି ମନ୍ତ୍ରାଳୟ ଅନୁଯାୟୀ, ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ ହେବ । ଯାହା ଦେଶର ସୁରକ୍ଷା ଏବଂ ଭବିଷ୍ୟତରେ ସ୍ୱଚ୍ଛ ଇନ୍ଧନକୁ ଆଗକୁ ବଢ଼ିବାରେ ସହାୟକ ହେବ । କାରଣ ଅତି ମହତ୍ୱପୂର୍ଣ୍ଣ ଖଣିଜ ଦେଶର ଆର୍ଥିକ ବିକାଶ ଏବଂ ସୁରକ୍ଷା ପାଇଁ ଖୁବ୍‌ ଜରୁରୀ । ଭବିଷ୍ୟତରେ ମଧ୍ୟ ବୈଶ୍ୱିକ ଅର୍ଥବ୍ୟବସ୍ଥା ସେହି ଉଦ୍ୟୋଗ ଉପରେ ଆଧାରିତ ହେବେ ଯେଉଁମାନେ ଲିଥିୟମ, ଗ୍ରାଫାଇଟ, କୋବାଲ୍ଟ, ଟାଇଟାନିୟମ ଏବଂ ଆରଇ ଭଳି ଖଣିଜ ଉପରେ ନିର୍ଭର ରହିବେ । ଏମିତିରେବି ଭାରତ ୨୦୩୦ ସୁଦ୍ଧା ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ ୫୦ ପ୍ରତିଶତ ଇଲେକ୍ଟ୍ରିକ୍‌ ଶକ୍ତି କ୍ଷମତା ସ୍ଥାପନ କରିବା ପାଇଁ ପ୍ରତିବଦ୍ଧ । ଶକ୍ତି ପରିବର୍ତ୍ତନର ଏହି ମହତ୍ୱାକାଂକ୍ଷୀ ଯୋଜନା ଜରିଆରେ ଦେଶରେ ଇଲେକ୍ଟ୍ରିକ କାର୍‌, ପବନ ଏବଂ ସୌର ଶକ୍ତି ପ୍ରକଳ୍ପ ଏବଂ ବ୍ୟାଟେରୀ ଷ୍ଟୋରେଜର ଆବଶ୍ୟକତାକୁ ବଢ଼ାଇବାରେ ସହାୟକ ହେବ ଯାହାଦ୍ୱରା ଏହି ମହତ୍ୱପୂର୍ଣ୍ଣ ଖଣିଜ ପାଇଁ ଚାହିଦାରେ ବୃଦ୍ଧି ହେବ । ଜୁଲାଇ ୨୦୨୩ରେ ସରକାର ଆକ୍ଟରେ ସଂଶୋଧନ କରିବାକୁ ମଞ୍ଜୁରୀ ଦେଇଥିଲେ । ଯାହାପରେ ଲିଥିୟମ ଖଣିର ନିଲାମୀ ରାସ୍ତା ପରିସ୍କାର ହୋଇଥିଲା । ଯାହାଦ୍ୱାରା ଏହି ମହତ୍ୱପୂର୍ଣ୍ଣ ଖଣିର ବ୍ୟବସାୟିକ ଭାବରେ ଖନନ ହୋଇପାରିବ ।

Leave A Reply

Your email address will not be published.