ହକିରେ ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ

Odisha boys team won gold, girls bronze in hockey

0 57

ଭୁବନେଶ୍ୱର, ୨୮ା୧୧ : ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମିର୍ନାୱାନ୍‌ କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ •ମ୍ପିୟନ ହୋଇଛି । ସେହିପରି ପ୍ଲେ-ଅଫରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ହରାଇ ବାଳିକା ଦଳ ତୃତୀୟ ସ୍ଥାନ ହାସଲ କରିଛି । ଓଡ଼ିଶାର ବିବେକ ଲାକ୍ରା ବାଳକ ବିଭାଗରେ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଛନ୍ତି । ବିନତି ମିଞ୍ଜ ଓ ଜାହ୍ନବୀ ବଡ଼ା ବାଳିକା ବିଭାଗରେ ଶ୍ରେଷ୍ଠ ସ୍କୋରର ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରୁ ଯୁବ ଖେଳାଳିମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିଛନ୍ତି । ଓଡ଼ିଶା ଦଳର ସଫଳତାକୁ ନେଇ ଆମେ ଗର୍ବିତ ବୋଲି ବାଳକ ବିଭାଗ କୋଚ୍‌ ଡେଭିଡ ଜନ୍‌ ପ୍ରକାଶ କରିଛନ୍ତି । ବାଳିକା ଦଳର କୋଚ୍‌ ସୁଜିତ ଲାକ୍ରା ମଧ୍ୟ ଦଳର ପ୍ରଦର୍ଶନରେ ସନ୍ତୋଷ ପ୍ରକାଶ କରିଛନ୍ତି । ଓଡ଼ିଶା ବାଳିକା ଦଳ ଯଦିଓ ସ୍ୱର୍ଣ୍ଣ ଜିତି ପାରିନାହିଁ ତେବେ ପଦକ ସହ ପ୍ରତ୍ୟାବର୍ତ୍ତନ ଆମକୁ ଖୁସି ଦେଇଛି ବୋଲି ସେ କହିଛନ୍ତି । ୨୦୨୪ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଚେନ୍ନାଇରେ ହେବ । ତା’ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପିଲାମାନଙ୍କୁ ଭଲ ଅଭ୍ୟାସ ଦେଇଛି ବୋଲି ସେ କହିଛନ୍ତି । ମିର୍ନାୱାନ କପ୍‌ ମାଲେସିଆ ନ୍ୟାଶନାଲ ହକ ଡେଭଲପମେଣ୍ଟ ପ୍ରୋଗ୍ରାମର ଏକ ଅଂଶବିଶେଷ । ଆମନ୍ତ୍ରିତ ଦଳଭାବେ ଓଡ଼ିଶା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା । କୁଆଲାଲମ୍ପୁରର କେପିଏମ୍‌ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଗତ ୧୮ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୫ ଦେଶର ୧୧ ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.