ମୁଖ୍ୟକୋଚ୍‌ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି

Extension of Dravid's tenure as head coach

0 89

ନୂଆଦିଲ୍ଳୀ, ୨୯ା୧୧: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ୱନ୍ଦ୍ୱ ରହିଥିଲା । କେହି କେହି ରାହୁଲ ଆଉ କୋଚ୍‌ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ ବୋଲି ଆଶା ରଖିଥିଲେ । ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲଙ୍କ ଚୁକ୍ତିକାଳ ବୃଦ୍ଧି ପାଇଛି ବୋଲି ବୁଧବାର “ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍‌ ପାରସ୍‌ ହାମ୍ବ୍ରେଙ୍କ ଓ ଫିଲ୍ଡିଂ କୋଚ୍‌ଟି ଦିଲ୍ଲୀପଙ୍କର କାର୍ଯ୍ୟକାଳ ବି ବୃଦ୍ଧି ପାଇଛି । ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିସିଆଇ ସ୍ପଷ୍ଟ ନକରିଥିଲେ ବି ରାହୁଲ ଅତି କମରେ ୨୦୨୪ ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି । ୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ମିଳିଥିଲା, ଯାହାକି ଏହି ମାସରେ ଶେଷ ହୋଇଛି । ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ •ମ୍ପିଅନସିପ୍‌ ଏବଂ ଏକ ଦିନିକିଆ ବିଶ୍ୱକପରେ ରନର୍ସଅପ୍‌ ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି । ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା । ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି ।

Leave A Reply

Your email address will not be published.