ଆସିଲା ଟିମ୍‌ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ

Here comes the new schedule of Team India

0 52

ନୂଆଦିଲ୍ଲୀ,୨୯ା୧୧: ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳକୁ ୬ଟି ହ୍ୱାଇଟ୍‌ ବଲ ମ୍ୟାଚ ଖେଳିବାକୁ ପଡିବ । ଏଥିରେ ୩ଟି ଦିନିକିଆ ଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି । ଏହି ହ୍ୱାଇଟ୍‌ ବଲ ସିରିଜ ଜୁଲାଇରେ ଖେଳାଯିବ । ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା କରିଛି । ୨୦୨୪ ଭବିଷ୍ୟତ କାର୍ଯ୍ୟକ୍ରମ ଶ୍ରୀଲଙ୍କା ଘୋଷଣା କରିଛି । ଏଥିରେ ଭାରତୀୟ ଦଳ ବିପକ୍ଷରେ ଏକ ସିରିଜ ମଧ୍ୟ ସାମିଲ ଅଛି । ଶ୍ରୀଲଙ୍କାର ଭବିଷ୍ୟତ ଯାତ୍ରା କାର୍ଯ୍ୟକ୍ରମରେ ଜାନୁଆରୀ ୨୦୨୪ରେ ଜିମ୍ବାୱେ ଦଳ ଶ୍ରୀଲଙ୍କା ଗସ୍ତ କରିବ । ତା’ପରେ ଆଫଗାନିସ୍ତାନ ଦଳ ଜାନୁଆରୀଫେବୃଆରୀରେ ଶ୍ରୀଲଙ୍କା ଗସ୍ତ କରିବେ । ଏହା ପରେ ବାଂଲାଦେଶ ଦଳ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ଆସିବ । ଆଫଗାନିସ୍ତାନ ଏବଂ ବାଂଲାଦେଶର ଦଳ ସମସ୍ତ ତିନୋଟି ଫର୍ମାଟର ସିରିଜ ଖେଳିବେ । ଏହା ପରେ ୨୦୨୪ ଟି-୨୦ ବିଶ୍ୱକପ ଜୁନ ଏବଂ ଜୁଲାଇରେ ଖେଳାଯିବ । ତେବେ ଜୁଲାଇରେ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଦିନିକିଆ ଏବଂ ୩ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ । ଆଗକୁ ଯାଇ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକାର ଦଳ ଶ୍ରୀଲଙ୍କା ଗସ୍ତ କରିବେ । ନ୍ୟୁଜିଲ୍ୟାଣ୍ଡ ତିନିଥର ଶ୍ରୀଲଙ୍କା ଗସ୍ତ କରିବ ।

Leave A Reply

Your email address will not be published.