‘ମ୍ୟାଜିକ୍‌ ଅଫ୍‌ ୫-ଟି ମନ୍ତ୍ର, ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ ନବରଙ୍ଗପୁର’ ଲୋକାର୍ପିତ

'Magic of 5 Mantras, A Tale of Transforming Nabarangpur' launched

0 48

ଭୁବନେଶ୍ୱର, : ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ “ମ୍ୟାଜିକ୍‌ ଅଫ୍‌ ଫାଇଭ୍‌ ଟି ମନ୍ତ୍ର: ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ’ ଲୋକାର୍ପିତ ହୋଇଛି । ୫- ଟି ଅଧ୍ୟକ୍ଷ ତଥା ନବୀନ ଓଡିଶା ମୁଖ୍ୟ ଭି କେ ପାଣ୍ଡିଆନଙ୍କ ଉପସ୍ଥିତିରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ ଇନ ବୁକ୍ସ୍‌ୱ’ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୫- ଟି ମନ୍ତ୍ର ଦ୍ୱାରା ଅନୁପ୍ରେରିତ ନବରଙ୍ଗପୁର ଜିଲ୍ଲାର ରୂପାନ୍ତରଣର ସଫଳ କାହାଣୀ ଚିତ୍ରିତ ହୋଇଛି । ଡଃ ମିଶ୍ର ଏହି ଜିଲ୍ଲାରେ ୨୦୧୮ ରୁ ୨୦୨୧ ମସିହା ପାର୍ଯ୍ୟନ୍ତ ଜିଲ୍ଲାପାଳ ଥିବା ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପ୍ରାଣୀସସମ୍ପଦ, ଜଙ୍ଗଲ ପରିବେଶ ତଥା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଉଲ୍ଳେଖଯୋଗ୍ୟା ବିକାଶ ସମ୍ଭବପର ହୋଇଥିଲା । ଫଳସ୍ୱରୂପ ୨୦୧୮ ରେ ୧୧୨ ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୧୦୯ ସ୍ଥାନରେ ଥିବା ନବରଙ୍ଗପୁର ଜିଲ୍ଲା ୨୦୨୧ ବେଳକୁ ସମଗ୍ର ଦେଶରେ ୧୩ତମ ସ୍ଥାନକୁ ଉନ୍ନୀତ ହେବା ସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଭିଏତନାମ ଠାରେ ଅନୁଷ୍ଠିତ ବିଶ୍ୱସମ୍ମେଳନରେ ନବରଙ୍ଗପୁର ବିକାଶ ମଡେ଼ଲ ପ୍ରଶଂସିତ ହେବା ସହ ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡରେ ସମ୍ମାନିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପି ଏଚ ଡି ଉପାଧି ଲାଭ କରିଥିବା ଡଃ ଅଜିତ କୁମାର ମିଶ୍ର ୧୯୮୯ ରେ ଓଡିଶା ପ୍ରଶାସନରେ ଯୋଗ ଦେଇଥିଲେ । ସେ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓ ଏସଡିଓ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବରେ ସଫଳତା ସହ ଦାୟିତ୍ୱ ନିର୍ବାହ କରି ପ୍ରଶଂସିତ ହୋଇଛନ୍ତି । ସୁଚନା ଜୋଗ୍ୟଜେ ଶ୍ରୀ ମିଶ୍ର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାୟୀ ବାସିନ୍ଦା ହୋଇ ଥିବାରୁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଜାଇ ଥିବା ବେଳେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛ ।

Leave A Reply

Your email address will not be published.